ଗୃହମନ୍ତ୍ରୀଙ୍କ ଓପିଏଚ୍‌ଡବ୍ଲୁ୍ୟସି ପରିଦର୍ଶନ ଓ ସମୀକ୍ଷା

ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଂଘର କର୍ମକର୍ତ୍ତା
ନୂତନ ଆଇ ପିଆର୍‌ ପ୍ରକାଶନରେ ଏମ୍‌ଏସ୍‌ଏମ୍‌ଇକୁ ଗୁରୁତ୍ୱ ଦିଆଯିବ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା.3.1.2020 : – ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ୍‌ ହାଉସିଙ୍ଗ୍‌ ଏବଂ ୱେଲ୍‌ଫେୟାର କର୍ପୋରେସନ୍‌ ଲିମିଟେଡ୍‌ (ଓ ପିଏଚ୍‌ଡବ୍ଲୁ୍ୟସି) କାର୍ଯ୍ୟାଳୟ ପରିଦର୍ଶନ କରି ଗୃହ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଓ ପିଏଚ୍‌ଡବ୍ଲୁ୍ୟସି ଦ୍ୱାରା ନିର୍ମାଣ କରାଯାଉଥିବା କୋଠାଗୃହଗୁଡିକ ଉତ୍ତମ ମାନରେ ତୋଳା ଯାଉଥିବା ହେତୁ ଭୂୟସୀ ପ୍ରଶଂସା କରିଥିଲେ । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଓ ପିଏଚ୍‌ଡବ୍ଲୁ୍ୟସି ସମ୍ମିଳନୀ କକ୍ଷ ଠାରେ ବିଭାଗ ଦ୍ୱାରା କରାଯାଉଥିବା କୋଠା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

ରାଜ୍ୟ ଗୃହ ବିଭାଗ ଅଧିନରେ ୧୯୮୦ ମସିହାରେ ଗଠିତ ହୋଇଥିବା ଓ ପିଏଚ୍‌ଡବ୍ଲୁ୍ୟସି ବର୍ଷକୁ ବର୍ଷ ଆଧୁନିକ ଢାଞ୍ଚାରେ ଉତ୍ତମ ମାନର ସରକାରୀ କୋଠା ନିର୍ମାଣ କରି ସବୁ ସ୍ତରରେ ପ୍ରଶଂସା ଭାଜନ ହୋଇପାରୁଛି । ୨୦୦୯-୧୦ ମସିହାରେ ୧୬୬.୬୬ କୋଟି ମୂଲ୍ୟ ବିନିଯୋଗ କରି ଗୃହ ନିର୍ମାଣ କରାଇଥିବା ବେଳେ କ୍ରମାଗତ ବୃଦ୍ଧି ଘଟି ୨୦୧୮-୧୯ ଆର୍ଥିକ ବର୍ଷରେ ୪୦୦ କୋଟି ମୂଲ୍ୟର ଉତ୍ତମ ମାନର ସରକାରୀ କୋଠାଗୃହ ନିର୍ମାଣ କରିଛି । ଭୁବନେଶ୍ୱରସ୍ଥିତ କମିଶନର ଅଫ୍‌ ପୋଲିସ୍‌ କୋଠା,ପୋଲିସ୍‌ ଥାନା, କାରାଗର, ଅଗ୍ନିଶମ, ନ୍ୟାୟ ପାଳିକା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଶିକ୍ଷା ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ମାଇନିଙ୍ଗ୍‌ କର୍ପରେସନ୍‌, ଓଡ଼ିଶା ରାଜ୍ୟ ରୋଡ୍‌ ଟ୍ରାନ୍ସଫର କର୍ପୋରେସନ୍‌ର ଓ ବସ୍‌ଷ୍ଟାଣ୍ଡ , ଆଇଆର୍‌ଇ, ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ବିଭାଗ, ଉତ୍କଳିକା ଇତ୍ୟାଦି ଅନ୍ୟାନ୍ୟ ସମସ୍ତ ସରକାରୀ କୋଠା ଗୁଡ଼ିକ ଆଧୁନିକ ଢାଞ୍ଚାରେ ନିର୍ମାଣ କରି ଆସୁଛି ।

ଏଥି ସହିତ ଅନେକ କୋଠାଗୃହରେ ସୌରଶକ୍ତି ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଛି । ଏହିଭଳି ଆଧୁନିକ ଢାଞ୍ଚାରେ ଉତ୍ତମ ମାନର ସରକାରୀ ବିଭାଗର କୋଠା ଉଚ୍ଚମାନର ନିର୍ମାଣ କରି ପାରୁଥିବା ହେତୁ ଓ ପିଏଚ୍‌ଡବ୍ଲୁ୍ୟସି ଦ୍ୱାରା ଜିଲ୍ଲାସ୍ତରରେ ଏବଂ ବ୍ଲକ୍‌ ସ୍ତରରେ ହେଉଥିବା କୋଠା ନିର୍ମାଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କଲେ ଓ ପିଏଚ୍‌ଡବ୍ଲୁ୍ୟସିର କାର୍ଯ୍ୟଶୈଳ ଆହୁରି ବ୍ୟାପକ ହୋଇ ପାରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଥିଲେ । ସମୀକ୍ଷା ବୈଠକରେ ଓ ପିଏଚ୍‌ଡବ୍ଲୁ୍ୟସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଲଳିତ ଦାସ, ମୁଖ୍ୟ ନ୍ତ୍ରୀ ଶ୍ରୀ ଉପେନ୍ଦ୍ର ମୁଣ୍ଡ, ସୁପରିଟେଣ୍ଡେଣ୍ଟ ଇଂଜିନିୟର ଶ୍ରୀ ପଞ୍ଚାନନ ମହାନ୍ତି, କନୀ ସଚିବ ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ଏକ୍‌ଜିକୁଟିଭ୍‌ ଇଂଜିନିୟର ଶ୍ରୀ ରବି ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version