ଯୁବ ସମାଜସେବୀ ସୁଶାନ୍ତ ସାହୁ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ; ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର )  ବରଗଡ଼  :- ବରଗଡ଼ ସହରର ସମାଜସେବୀ ସୁଶାନ୍ତ ସାହୁ ଙ୍କ ବିୟୋଗରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ମୃତି ସଭା ଆୟୋଜିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ°ସ୍କାର ଭାରତୀ, ବରଗଡ଼ ଜିଲ୍ଲା ପକ୍ଷରୁ ଦେଖିବି ହଲ ଠାରେ ସର୍ଦାର ପ୍ରୀତମ ସିଂ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ସୋଇଥିଲା ।

ଏଥିରେ ବହୁ ସୁନି ମଣ୍ଡଳୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାହ୍ନୁ ଚରଣ ପୃଷ୍ଟି,ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ବରଗଡ଼ ପୁରୁଣା ସଦର ଡାକ୍ତରଖାନାରେ ହସ୍ପିଟାଲ ବଞ୍ଚାଅ ଅଭିଯାନ ର ସଭ୍ୟ, ସଭ୍ୟା ମାନେ ମଧ୍ୟ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସମାଜ ସେବୀ ଭବାନୀ ସାହୁ ଙ୍କ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିବାନନ୍ଦ ମଟାରୀ, ସବିତା ମଲ୍ଲିକ,ଦେବକୀ ସିକ୍କା, ରାଜ କୁମାର ବନଛୋର, ବାସ୍ମତି ବନଛୋର, ସାରଥି ମେହେର,ସମୀର ବାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version