ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ନୂଆଗାଁ :- କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ରକ୍ତ ଅଭାବ ଦୂରୀକରଣ ପାଇଁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମ ପଞ୍ଚାୟତ ରେ କୋରଡ଼ା ଓ ସୋରଡ଼ା ପଞ୍ଚାୟତ ବିଜୁ ଜନତା ଦଳ ତରଫରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିବା ସହ କରୋନା ମହାମାରୀ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଗୁରୁତ୍ବ ଓ ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ତତ୍ ସହିତ ସ୍ଵେଚ୍ଛାକୃତ ରକ୍ତଦାନ କରୁଥିବା ସଦସ୍ୟ ଓ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସଦସ୍ୟ ମାନଙ୍କୁ ବିଧାୟକ ପ୍ରଶଂସା କରି ଥିଲେ । ବିଧାୟକ ଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ସ୍ଥାନୀୟ ସରପଞ୍ଚ ଗୋଲାପ ନାୟକ, ସ୍ଥାନୀୟ ସମିତି ସଭ୍ୟ , ସୋରଡ଼ା ସରପଞ୍ଚ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ, ପୂର୍ବତନ ସରପଂଚ ଗୋଲଖ ଗୋଚ୍ଛାୟତ, ପୂର୍ବତନ ସମିତି ସଭ୍ୟ ସୁବ୍ରତ ମିଶ୍ର, ସମାଜ ସେବୀ ଦାମୋଦର ସାହୁ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା, ସିଙ୍ଗର ପଲ୍ଲୀ ପୂର୍ବତନ ସରପଞ୍ଚ ମୁରଲୀ ଜେନା ,ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ୪୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । (ରିପୋର୍ଟ -ସୁବ୍ରତ ପରିଡା)
