ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ

ପୁରୀ ( ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ପୁରୀଜିଲ୍ଲା ଖାଦ୍ଯ ସୁରକ୍ଷା ଅଧିକାରିଣୀ ରାଜେଶ୍ବରୀ ପତି ତାଙ୍କ ଟିମ ଓ ପୋଲିସ ମିଳିତ ଚଢ଼ାଉ କରି ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ କରିଛନ୍ତି । ପାଣି, ଥଣ୍ଡା ପାନୀୟ ମଧ୍ଯ ଜବତ କରାଯାଇଛି । ପାଣି ଗୁଡିକୁ ସେହି ଠାରେ ନଷ୍ଟ କରାଯାଇଛି । ଏବଂ ତାଙ୍କ ବିରୋଧରେ ଏଫଏସଏସ ଆକ୍ଟ ଦଫା ଲାଗୁ କରାଯାଇଛି । ସେହି ପାଣି ପାଉଚରେ ନିର୍ମାଣ ତାରିଖ, ଏକ୍ସପାରୀ ଡେଟ ଓ ଫେକ ଠିକଣା ଲେଖାଥିବା ଦେଖାଯାଇଥିଲା ।

ପୁରୀଜିଲ୍ଲାରେ ଏପରି ବିନା ଅନୁମତିରେ ଅନେକ ପାଣି କମ୍ପାନୀ ଥଣ୍ଡା ପାନୀୟ, ଘୋଳଦହି ବିକ୍ରି ବଢୁଥିବା ବେଳେ ସବୁ ସ୍ଥାନରେ ଚଢ଼ାଉ ହେଉନଥିବା ଅଭିଯୋଗ ହେଉଛି। ଆଗକୁ ରଥଯାତ୍ରା ଆସୁଛି । ଏହି ପରିପ୍ରେକ୍ଷୀରେ ବେନାମୀ ପାଣି କମ୍ପାନୀ ଘରେ ଘରେ ପାଣି କାରଖାନା କରି ବଜାରକୁ ଛାଡୁଥିବା ବେଳେ ଏହାକୁ ପିଇ ରଥଯାତ୍ରୀ ମାନେ ଝାଡା ବାନ୍ତିରେ ପଡିବା ସମ୍ଭାବନା ରହିଛି ବୋଲି ଜନତା କହୁଛନ୍ତି ।

Exit mobile version