କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

କଟକ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦ୍ଦେଶରେ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ କାରବାର ଉପରେ ଏକ ଚଢାଉ କରାଯାଇଥିଲା । ଅବକାରୀ ନିରୀକ୍ଷକ ଶ୍ରୀ ପଧାନଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା, ଉପରଗଡ, ଗରପଡ଼ା, ପାଇକସାହି ,

ପଣସ ପାଟଣା ଗ୍ରାମ ଏବଂ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ଥାନା, ବାଙ୍କୀ ଅବକାରୀ ଥାନା, ଚୌଦ୍ୱାର ଅବକାରୀ ଥାନା, କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ, ଏବଂ ତିଗିରିଆ ଥାନା ପକ୍ଷରୁ ଏକ ମିଳିତ ଚଡାଉ କରାଯାଇ ଥିଲା । ଉକ୍ତ ଚଡାଉରେ ସର୍ବମୋଟ ୩,୨୨୦ ଲିଟର ଦେଶୀ ମଦ ସହ ୩୧,୩୬୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ, ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ଅବକାରୀ ଆଇନ ଅନୁଯାୟୀ ୬ ଗୋଟି ମାମଲା ରୁଜୁ କରା ଯାଇଛି ।

ଆଠଗଡ଼ ଅବକାରୀ ନିରୀକ୍ଷକ ଶ୍ରୀ ପଧାନଙ୍କ ନେତୃତ୍ୱରେ ଏହି ଚଢାଉ ରେ ଚୌଦ୍ବାର ଅବକାରୀ ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ, ଆଠଗଡ ଅବକାରୀ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ,ବାଙ୍କୀ ଅବକାରୀ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ, ଶ୍ରୀ ଅକ୍ଷୟ କୁମାର ଜେନା, ସହକାରୀ ନିରୀକ୍ଷକ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ,ଓ ତିଗିରିଆ ଥାନା ର ଅଧିକାରୀ ଙ୍କ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ ।

Exit mobile version