ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

ବାଲିପାଟଣା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବାଲିପାଟଣା ବ୍ଲକ ଅନ୍ତର୍ଗତ ବୀଣାପାଣି ଶିଶୁ ଵିଦ୍ୟା ନିକେତନ ସୋଧୁଅ , ଓଡ଼ଖଣ୍ଡ ଠାରେ ଭୁବନେଶ୍ୱରର ସୋନାମଧନ୍ୟ Dr Agarawalas eye haspital ପକ୍ଷରୁ ଏକ ମାଗଣା ଚଖୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଗ୍ରୱାଲା Eye hospital ର Optometry ଶ୍ରୀ ଦେବେନ୍ଦ୍ର ଧଳ,ଶ୍ରୀ ମିଥୁନ କୁମାର ସାହୁ ଓ ଶ୍ରୀ ଗଣେଶ୍ୱର ବେହରରାଙ୍କ ଦ୍ଵାରା ବାଲିପାଟଣାର New Ananda Optical’s ର ପ୍ରୋ. ନରେନ୍ଦ୍ର ଦାସଙ୍କ ସହାୟତାରେ ଅନୁନ୍ୟ ୫୦ ଜଣ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚିକିତ୍ସା ସହ ଚଷମା ବଣ୍ଟନ କରାଯାଇଥିଲା ।

ଏଭଳି ମହତ କାର୍ଯ୍ୟକର୍ମର ଆୟୋଜନରେ ବୀଣାପାଣି ଶିଶୁ ବିଦ୍ୟା ନିକେତନର ସମ୍ପାଦକ ଶ୍ରୀ ବିଭୁତି ମହାନ୍ତି, ଶିକ୍ଷୟିତ୍ରୀ ପ୍ରୀତିପ୍ରିୟ ଦର୍ଶନୀ ମହାପାତ୍ର ଏବଂ ବିଜୟ ଲକ୍ଷ୍ମୀ ବେହେରାଙ୍କ ସମେତ ଉପସଭାପତି ଶ୍ରୀ ଭାଗିରଥି ସାହୁ ପ୍ରମୁଖ ସହଯୋଗ କରିଥିବାରୁ ତାଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଦିଆଯାଇଛି । ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଚକ୍ଷୁ ରୋଗୀମାନେ ଯୋଗ ଦେଇଥିଲେ ।

Exit mobile version