ଭୁବନେଶ୍ୱର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଭୁବନେଶ୍ୱର ଭିସ୍ୱାସ୍ ସ୍କୁଲ୍ ଏବଂ କଲେଜ୍ ଅଫ୍ ନର୍ସିଂ ଦ୍ୱାରା ୧୨ ମେ ୨୦୨୬ ତାରିଖରେ ଜୁମ୍ ଅନଲାଇନ୍ ମାଧ୍ୟମରେ ଆନ୍ତର୍ଜାତୀୟ ସେବିକା ଦିବସ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଗରିମାର ସହିତ ପାଳିତ ହୋଇଥିଲା । “ଆମର ନର୍ସ । ଆମର ଭବିଷ୍ୟତ। ସଶକ୍ତ ନର୍ସ ଜୀବନ ବଞ୍ଚାନ୍ତି।” ଏହି ପ୍ରେରଣାଦାୟକ ବିଷୟବସ୍ତୁକୁ ଆଧାର କରି କାର୍ୟକ୍ରମଟି ଆୟୋଜିତ ହୋଇଥିଲା । ଏହି ଉତ୍ସବର ଉଦ୍ଦେଶ୍ୟ ଥିଲା ସମାଜ ପ୍ରତି ନର୍ସମାନଙ୍କର ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା ସହିତ ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ନିଷ୍ଠା, କରୁଣା ଓ ସମର୍ପଣକୁ ସମ୍ମାନ ଜଣାଇବା ।
