ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଅବସରରେ ୧୩ ମେ ୨୦୨୬ ତାରିଖରେ ନୟାଗଡ଼ ଜିଲ୍ଲାରେ ସାଇକ୍ଲୋଥନ ଓ ମାରାଥନ ରାଲିର ଆୟୋଜନ କରାଯାଇଥିଲା । ଏହି ସାଇକ୍ଲୋଥନ ଓ ମାରାଥନ ରାଲିକୁ ସକାଳ ୭.୦୦ଟାରେ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ,

ନୟାଗଡ ଏବଂ ଇଂ ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ନୟାଗଡ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ମାରାଥନଟି ନୟାଗଡ଼ ଷ୍ଟାଡିୟମରୁ ଆରମ୍ଭ ହୋଇ ପିଟିଏସ୍‌ ରୋଡ୍‌ ମାର୍ଗରେ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମକୁ ଫେରିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଯୁବକ-ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଜାତା କୁମାରୀ ସାହୁଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜନ କରାଯାଇଥିଲା । ଶେଷରେ ସେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Exit mobile version