ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ମ୍ୟୁନିସିପାଲଟିର କିଛି କର୍ମଚାରୀ ଆଉ କିଛି ପରିବା ଗୋଦାମର ଭିତିରିଆ ସମ୍ପର୍କର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ । ପ୍ରାୟ ପ୍ରତ୍ୟେକ ଦିନ ଅନେକ ଗାଡ଼ି ଓ ଲୋକ ଫସୁଥିବାବେଳେ ଆଜି ଫସିଛି ଗୋଟିଏ ଆମ୍ବୁଲାନ୍ସ। ନୟାଗଡ଼ ଖଣ୍ଡପଡ଼ା ରୋଡ଼ ରେ ଥିବା LIC ଅଫିସ ଠାରୁ ଗୋପିନାଥ ହୋଟେଲ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

ନୟାଗଡ଼ ଲେମ୍ବୁଛକ ଠାରେ ଅବସ୍ଥିତ ସମସ୍ତ ପରିବା ଗୋଦାମକୁ ପ୍ରଶାସନ ପକ୍ଷରୁ କିଛି ବର୍ଷ ତଳେ RMC ଭିତରେ ଥିବା ଗୋଦାମ ଗୁଡ଼ିକରେ ଥଇଥାନ କରାଯାଇଥିଲା ଏବଂ ପ୍ରତିଶୃତି ଦିଆଯାଇଥିଲା ଯେ ଆଉ କାହାକୁ ରୋଡ଼ ଉପରେ ଗୋଦାମ କରିବାକୁ ପରିମିଶନ ଦିଆଯିବନାହିଁ। କିନ୍ତୁ କିଛି ଲୋକ ଏବେ ଖଣ୍ଡପଡ଼ା ରୋଡ଼ ରେ ଘରଭଡ଼ା ନେଇ ନୁଆ ପରିବା ଗୋଦାମ ଖୋଲିଛନ୍ତି ଯାହା ଫଳରେ ଏହି ଟ୍ରାଫିକ ଜାମ୍ ହେଉଛି । RMC ଭିତରେ ଥିବା ପରିବା ସଂଘ ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ସେପଟେ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଙ୍କ ବେପରୁଆ ଉତ୍ତର ରୋଡ଼ ଉପରେ ଥିବା ପରିବା ଦୋକାନୀ ଙ୍କୁ କେଉଁଠି ଥଇଥାନ କଲେ ଆମେ ଉଠେଇବୁ । ଲୋକଙ୍କ ପ୍ରଶ୍ନ କଲେଜ ରୋଡ଼ ରେ ଯେଉଁ ଗରିବ ଉଠା ପରିବା ଦୋକାନୀ ମାନଙ୍କୁ ମ୍ୟୁନିସିପାଲଟି ଉଠେଇଲା ସେମାନଙ୍କୁ କେଉଁଠି ଥଇଥାନ କଲା? ତେବେ କେଉଁ ପ୍ରକାର ର ଲାଭ ପାଇଁ ପ୍ରଶାସନ ନିୟମ କାନୁନ କୁ ଭାଙ୍ଗି ଟ୍ରାଫିକ ଜାମ୍ କରିବାରେ ସହାୟକ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

Exit mobile version