ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ

ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦୋଳମଣ୍ଡପ ସାହି ସ୍ଥିତ ଜେନାରୀଗଛ ଛକ ନିକଟସ୍ଥ ମାଆ ରାମଚଣ୍ଡୀ ଠାକୁରାଣୀଙ୍କ ଜଳଶାୟୀ ନୀତି ପବିତ୍ର ଜଳକ୍ରୀଡା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ମାଆଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳଆଳତି ଓ ଅବକାଶ ନୀତି ପରେ ଶଙ୍ଖୁଡି ଭୋଗ କରାଯାଇଥିଲା । ପରେ ମାଆଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା । ଶିବନାରାୟଣ ଦାଶ, ରଞ୍ଜନ ଦାଶ, ତ୍ରିଲୋଚନ ମିଶ୍ର, ରବିନାରାୟଣ ପାଣିଗ୍ରାହୀ, ଅକ୍ଷୟଚନ୍ଦ୍ର କର ଓ ରାମନାରାୟଣ ଦାଶ ଗରାରେ ନିକଟସ୍ଥ କୂଅରୁ ଜଳତୋଳି ଆଣି ମାଆଙ୍କ ଆସ୍ଥାନ ନିକଟରେ ରଖିଥିଲେ ।

ଜଳରେ ଚନ୍ଦନ, ଅଗୁର, କର୍ପୁର, ଚୂଆ,କେଶର ଓ ବିଭିନ୍ନ ପ୍ରକାରର ସୁବାସିତ ମିଶ୍ରଣ କରାଯାଇ ମାଆଙ୍କ ମସ୍ତକରେ ଢଳା ଯାଇଥିଲା । ଅପରାହ୍ନରେ ଜଳ ନିଷ୍କାସନ କରାଯାଇ ମାଆଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା । ପରେ ସନ୍ଧ୍ୟା ଆଳତି କରାଯାଇ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯାଇ ରାତ୍ର ପହୁଡ଼ କରାଯାଇଥିଲା । ମନ୍ଦିର ପୂଜକ ପିନାକ ଦାଶ ଓ ସୋମନାଥ ଦାଶ ସମସ୍ତ ନୀତିକାନ୍ତି ସମାପନ କରିଥିଲେ ।

ସ୍ଥାନୀୟ ଅଂଚଳର ଭକ୍ତ ମାଆଙ୍କ ଦିବ୍ୟଦୁର୍ଲଭ ବେଶ ଓ ଜଳଶାୟୀ ନୀତି ଦର୍ଶନ କରି ଆଶିଷ ଲାଭ କରିଥିଲେ । ଏହି ଅବସରରେ ମନ୍ଦିରକୁ ଉଜ୍ଜଳ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ସମ୍ପାଦକ ମାଗୁଣି ପୃଷ୍ଟି, ସହ ସମ୍ପାଦକ ରାଜେନ୍ଦ୍ର ପାତ୍ର, ଗୋବିନ୍ଦ ଦତ୍ତ ଓ କୋଷାଧକ୍ଷ ବୁଲୁ ପଢ଼ିଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version