ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ : ଦୁଇ ଗିରଫ

ବାଲିଗୁଡା  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି ।  ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ଚଢାଉ ସମୟରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ନଂ.ଓଡି -୦୨-ବିଏଫ- ୦୨୫୮ କୁ ମଧ୍ୟ ଜବତ କରାଯାଇଛି । ଏ ନେଇ ବାଲିଗୁଡା ଥାନାରେ କେସ ନଂ. ୧୧୫/୨୬ ରେ ଏନଡିପିଏସ ଆଇନର ଧାରା ୨୦(ବି)(ii)(ସି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି ।

Exit mobile version