ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଶ୍ରୀମନ୍ଦିରରେ ସୋମବାର ମଧ୍ଯାହ୍ନ ୧୨ଟାରେ ସକାଳଧୂପ ଶେଷ ହୋଇଥିଲା । ପରେ ପରେ ଅପରାହ୍ନ ୧ ଟା ୧୫ ମିନିଟରେ ଚାଙ୍ଗଡା ଘର ପାଖରେ ରକ୍ତଛିଟା ପଡିଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଅଛି । ୨ଟା ୧୦ରେ ଚାଙ୍ଗଡା ଘର ଧୁଆଧୋଇ ହୋଇ ଚୂନ ପାଣି ପଡିଥିଲା ।

୨ଟା ୨୦ରେ ମଇଲମ, ୨ଟା୩୦ରେ ସିଂହାସନ ଧୁଆ,୨ଟା୩୫ରେ ମହାସ୍ନାନ ପୂଜା ଠା, ୨ଟା ୪୦ରେ ମହାସ୍ନାନ ପୂଜା ଓ୨ଟା ୫୦ରେ ମହାସ୍ନାନ ଶେଷ ହୋଇଥିଲା। ପରେ ପରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଅପରାହ୍ନ ୪ଟାରେ ରତ୍ନଭଣ୍ଡାର ଗଣତି ମଣତି ଆରମ୍ଭ ହୋଇଛି । ରକ୍ତଛିଟା ଯୋଗୁ ପ୍ରାୟ ଦେଢ ଘଣ୍ଟା ନୀତି ବିଳମ୍ବ ହୋଇଥିଲା ।

Exit mobile version