ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ନାଚୁଣୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନାଚୁଣୀ ଥାନା ପୋଲିସ କୁ ମିଳିଛି ଏକ ବଡ ଧରଣ ର ସଫଳତା। ବ୍ରାଉନସୁଗାର ଚୋରା ଚାଲାଣ କରୁଥିବା ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦଶ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ ଵ୍ୟବହୃତ ଗାଡି ଟିକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇ ପାରିଛନ୍ତି। ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ଠାରୁ ଚୋରା ମାଦକଦ୍ରବ୍ୟ ଚାଲାଣକାରୀ ଙ୍କ ଖବର ପାଇ ବାଲୁଗାଁ ଏସ ଡି ପି ଓ ସଞ୍ଜୟ କୁମାର ପଟ୍ଟନାୟକ ଏବଂ ନାଚୁଣୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଭୁତିଭୂଷଣ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଉପ ନିରୀକ୍ଷକ ମୋଚିରାମ ଜାଲ୍ଲୀଙ୍କ ନେତୃତ୍ୱ ରେ ପୋଲିସ ଟିମ ଛକି ରହିଥିଲେ ।

ଚୋରା ଚାଲାଣକା ରି ମାନେ ଏକ ଅଲ୍ଟୋ କାର (ନମ୍ବର ଓ ଆର 02ଏ ଏନ 6409)ଯୋଗେ ଷୋଳ ନମ୍ବର ଜାତୀୟ ରାଜପଥ କଇଥପଲା ଛକ ଠାରେ ବ୍ରହ୍ମପୁର ଆଡୁ ଆସି ପହଞ୍ଚିବା କ୍ଷଣି ପୋଲିସ ଟିମ ସେମାନଙ୍କୁ କାବୁ କରି ନେଇଥିଲେ। ଚାରିଜଣ ଯାକ ଆରୋହୀ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ କରାଯାଇଛି. ଏ ସଂକ୍ରାନ୍ତରେ ନାଚୁଣୀ ଥାନା ପକ୍ଷରୁ 169/10.5.26 ମାମଲା ମୁତାବକ ଭାରତୀୟ ନ୍ୟାୟ ସଂହିତା ର 21(ବି )29 ଏନ ଡ଼ି ପି ସି ଆକ୍ଟ ରେଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ ଏ ଏସ ଆଇ ଗଙ୍ଗାଧର ହେମ୍ବ୍ରମ ଙ୍କ ସହ କନେଷ୍ଟବଳ ଏ. ପୁରୀ, ପି ବେହେ ରା, ଗ୍ରାମ ରକ୍ଷୀ ପ୍ରସନ୍ନ ନାୟକ ସହଯୋଗ କରିଥିଲେ।

Exit mobile version