ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଏଠି ମାଳ ମାଳ ସମସ୍ୟା, ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ । ରଥଯାତ୍ରା ଆସିଲେ ଫୁଡ୍ ସେଫଟି ବିଭାଗ ଚେଇଁ ଉଠେ, ଏଇ କିଛି ଦିନ ହେଲା ବେଳାଭୂମିକୁ ଯାଇ ମାଛ, ଚିଙ୍ଗୁଡ଼ି ବିକ୍ରି ଯାଗାରେ ରେଡ୍ କରାଯାଉଛି । କିନ୍ତୁ ଏହି ସି ଫୁଡ୍ କୋର୍ଟ ପାଇଁ ଏହାରି ଭିତରେ ପୁରୀ ବେଳାଭୂମି ସଂମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି । ସ୍ବର୍ଣ୍ଣାଭ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଇଲାଣି ।

ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି । ମୁଖ୍ୟ କାରଣ ହେଉଛି ଯୁଆଡ଼େ ଅନାଇବେ ସିଆଡେ ମାଛ, ଚିଙ୍ଗୁଡ଼ି ବିକ୍ରି କରାଯାଉଛି। ପଚା ସଢା ଜିନିଷ ବିକ୍ରି କରାଯାଉଛି । ସେଥିରେ ଯେଉଁ ନିମ୍ନ ମାନର ଟମୋଟ ସସ୍ ବ୍ୟବହାର କରାଯାଉଛି ।  ଏହା ଖାଇବା ଦ୍ଵାରା ପର୍ଯ୍ୟଟକ ମାନେ ରୋଗାକ୍ରାନ୍ତ ହେଉଛନ୍ତି । ଜିଲ୍ଲା ପୌର ପ୍ରଶାସନ ଦୃଷ୍ଟି ଦିଅନ୍ତୁ । ବେଳା ଭୂମି କୁ ପ୍ରଦୂଷଣ ମୁକ୍ତ କରନ୍ତୁ ।

Exit mobile version