ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ – ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବଙ୍ଗୋମୁଣ୍ଡା ଗାଁ ର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେନି ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ସାମ୍ବାଦିକ ସଂଘ ର ସଭାପତି ରଶ୍ମିରଞ୍ଜନ ପୁଟେଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ଏଥିରେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ କୋଷାଧ୍ୟକ୍ଷ ଦୀପକ ଯାଦବ,ଉପସଭାପତି ଅନିଲ ତ୍ରିପାଠୀ ଉପଦେଷ୍ଟା ଅଶୋକ ଖମାରୀ,ସୁଶାନ୍ତ ଥନାପତି,ରାଧେଶ୍ୟାମ ମେହେର,ଦୀପକ ପାଣିଗ୍ରାହୀ, ନିତ୍ୟାନନ୍ଦ ପୃଷେଠ, ସ୍ବେଚ୍ଛାସେବୀ ଭକ୍ତବନ୍ଧୁ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଏଥିରେ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।

Exit mobile version