ତୁରେକେଲା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସରେ ଆଜି ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ରାକେଶ ବେହେରାଙ୍କ ତତ୍ତ୍ଵାଧାନରେ ଅନୁଷ୍ଠିତ ଏହି ସଚେତନ କାର୍ଯ୍ୟକ୍ରମରେ ମହିଳା ଓ କିଶୋରୀ ମାନେ ସାଇବର ଠକେଇରୁ କେମିତି ସୁରକ୍ଷା ପାଇବେ ଏବଂ ବିଶେଷ କରି କିଶୋରୀ ମାନେ ତାଙ୍କ ସମସ୍ୟାକୁ କେମିତି ଜଣାଇପାରିବେ ସେ ନେଇ ସଚେତନ କରାଯାଇଥିଲା ।
