ଶ୍ରୀମନ୍ଦିର ରେ ଚତୃର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଦଇତାପତି ଭବାନୀ ପ୍ରସାଦ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେନ୍ଦୁ ଅଧିକାରୀ ଙ୍କୁ ଶ୍ରୀମନ୍ଦିର ଦଇତାପତି ଭବାନୀ ଦାସ ମହାପାତ୍ରଙ୍କ କୋଳକୋତାରେ ସାକ୍ଷାତ କରି ମହାପ୍ରଭୁ ଙ୍କ ଅଙ୍ଗବସ୍ତ୍ର,ପୁଷ୍ପ ଓ ଭୋଗ ଆଦି ପ୍ରଦାନ କରିଛନ୍ତି l ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କୁ ସଫଳତା ମିଳିଥିବା ନେଇ ଦଇତାପତି ଭବାନୀ ଦାସ ମହାପାତ୍ର କହିଛନ୍ତି  |

ଏହି ଅବସରରେ ଦଇତାପତି ଶ୍ରୀ ଦାସ ମହାପାତ୍ର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ଓ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ମହାଯଂଜ୍ଞ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା l କୋଲକୋତାରେ ଶୁଭେନ୍ଦୁ ଅଧିକାରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ ।

କୋଲକୋତାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ମହାଯଂଜ୍ଞ କରିଥିଲେ ଯୁବ ଦଇତାପତି ଭବାନୀ ଦାସ ମହାପାତ୍ର। ପୂର୍ବରୁ ଓଡ଼ିଶାରେ ବିଜେପିର ବିପୁଳ ବିଜୟୀ ପାଇଁ ମହାପ୍ରଭୁଙ୍କ ମାଳ, ମାହାର୍ଦ, ଧ୍ବଜା,ଭୋଗ, ନେଇ ଶ୍ରୀ ମହାପାତ୍ର ବିଜୟୀ ଶୋଭାଯାତ୍ରା କରି ସମଗ୍ର ରାଜ୍ୟ ବୁଲିଥିଲେ l ତାହା ଓଡ଼ିଶାରେ ସଫଳ ହୋଇଥିଲା l ବିଜେପି ବିପୁଳ ସଂଖ୍ୟାରେ ବିଜୟୀ ହୋଇ ସରକାର ଗଠନ କରିଥିଲା l

Exit mobile version