ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଦେଶର ସୁରକ୍ଷା ଓ ଅଖଣ୍ଡତା ଭାରତର ପ୍ରତ୍ୟେକ ନାଗରିକ ମାନଙ୍କର ଦାୟିତ୍ୱ।ଦେଶ ସେବା ପାଇଁ କେବଳ ସେନା ନୁହେଁ ଆମେ ସମସ୍ତେ ପ୍ରତିବଦ୍ଧ ହେବାକୁ ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆହ୍ଵାନ ଦେଇଛନ୍ତି । ଏନସିସି ଓଡିଶା ଷଷ୍ଠ ବାଟାଲିୟନ ର ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନ ରେ ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅପରେସନ ସିନ୍ଦୂରର ଏକ ବର୍ଷ ପୂର୍ତ୍ତି ପାଳନ କରା ଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଅପରେସନ ସିନ୍ଦୁର ଆମ ଜାତୀୟ ଏକତା, ଶୌର୍ଯ୍ୟ, ବୀରତ୍ବ ଓ ଶକ୍ତି ର ପ୍ରତୀକ । ଏହା ଆମ ଯବାନ ମାନଙ୍କ ତ୍ୟାଗ ଓ ସାହସକୁ ପ୍ରତିପାଦିତ କରିବା ସହ ସମଗ୍ର ବିଶ୍ବ କୁ ଚକିତ କରି ପାରିଥିଲା ବୋଲି କହିବା ସହ ଦେଶର ସୁରକ୍ଷା ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲେ।ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ,

ପୂର୍ବତନ ଏନସିସି ଅଫିସର୍ ସୁବ୍ରତ କୁମାର ମହାନ୍ତି, ସିଟିଓ ପ୍ରେମରାଜ ଗହୀର, ବିଶ୍ୱଜିତ୍ ପାଢ଼ୀ ପ୍ରମୁଖ ଯୋଗ ଦେଇ ଅପରେସନ ସିନ୍ଦୂର ଓ ତାହାର ସଂକକ୍ପ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସହୀଦ ମାନଙ୍କ ସ୍ମୃତି ରେ ନୀରବ ପ୍ରାର୍ଥନା କରାଯିବା ସହ ମହାବିଦ୍ୟାଳୟ ପରିସରରେ ଥିବା ସହୀଦ ମନୋଜ ବେହେରା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ଅପରେସନ ସିନ୍ଦୂର ଭିଡିଓ ପ୍ରଦର୍ଶନ ସହ କ୍ୟାଡେଟ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Exit mobile version