ବରଗଡ଼ ରାଜୀବଗାନ୍ଧୀ ଛାତ୍ର ଙ୍କଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ବରଗଡ଼ :- ଆଜି ତା : ୨୮/୦୯/୨୦୨୦ ସୋମବାର ଦିନ ବରଗଡ଼ ଜିଲ୍ଲା ରାଜୀବ ଗାନ୍ଧି ଛାତ୍ର ଫୋରମ୍ ର ସଭାପତି ଶ୍ରୀ ପିକୁନ ନାଏକ ଙ୍କ ନେତୃତ୍ୱରେ ବରଗଡ ଜିଲ୍ଲାରେ ଯେପରି ଭାବରେ କରୋନା ହୁ ହୁ କରି ବୃଦ୍ଧି କରିବାରେ ଲାଗିଛି ତାକୁ ଦୃଷ୍ଟିରେ ରଖି କୋଭିଦ୍ କେୟାର ସେଣ୍ଟର୍ ବରଗଡ଼ ଜିଲ୍ଲାର ହଜାରେ ଶଯ୍ୟା ସହ ଶହେ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ. ସହ

ଶହେ ଭେନ୍ତିଲେଟର ଏବଂ ସ୍ଵତନ୍ତ୍ର ଦଶ ଟି ଆମ୍ବୁଲାନ୍ସ ର ଦାବିରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ କୁ ଏକ ଦାବିପତ୍ର ପ୍ରଦାନ କରାଗଲା । ଏଥିରେ ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ ର ସକ୍ରିୟ ସଦସ୍ୟ ଅଭିଷେକ ନାୟକ,ଗୌରବ ପତି,ସୁବ୍ରତ ନାଏକ,ରାଜକିଶୋର କର, ନିଖିଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ  – ସତ୍ୟ ନାରାୟଣ ପ୍ରଧାନ )

Exit mobile version