ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିଶ୍ୱ ଲୁପସ୍ ଦିବସ ୨୦୨୬ ଅବସରରେ ଅଙ୍କୁରା ହସପିଟାଲ ଫର୍ ଓମେନ ଆଣ୍ଡ ଚିଲ୍ଡ୍ରେନ, ଭୁବନେଶ୍ୱର ପକ୍ଷରୁ ଲୁପସ୍ ଏବଂ ଅନ୍ୟ ଅଟୋଇମୁ୍ୟନ ରୋଗଗୁଡିକରେ ଆକ୍ରାନ୍ତ ପିଲାମାନେ ଏବଂ ସେମାନଙ୍କ ପିତା ମାତା ଓ ଯନôକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । କନ୍ସଲଟାଣ୍ଟ ପେଡିଆଟ୍ରିକ ରୁ୍ୟମାଟୋଲୋଜିଷ୍ଟ ଡା. ଦେବାଶିଷ ପାତ୍ରୋ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାବେଳେ ସେ ବାଲ୍ୟାବସ୍ଥା ଲୁପସ୍ ନିୟନ୍ତ୍ରଣ ନିମନ୍ତେ ଆଦ୍ୟ ରୋଗ ନିରୂପଣ, ସମୟୋଚିତ ଚିକିତ୍ସା, ଭାବଗତ ସମର୍ଥନ ଏବଂ ଦୀର୍ଘକାଳୀନ ଯନôର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ ।
