ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ମା, ମାଟି ଓ ଦେଶର ସେବା କରିବା ଛାତ୍ର ଛାତ୍ରୀଙ୍କୁ ପରାମର୍ଶ

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ଓ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥଙ୍କ ଆବାହକତ୍ୱରେ ଶନିବାର ଶିଶୁଵିଦ୍ୟା ମନ୍ଦିର ସମ୍ମିଳନୀ କକ୍ଷରେ ସମlବର୍ତ୍ତନ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ କବିନୀକେତନ ଗୌର ଚରଣ ସମନ୍ତସିଂହାର ଓ ସାମ୍ମନନୀତ ଅତିଥିଭାବେ ସହ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା,

କୋଷଧ୍ୟକ୍ଷ ତଥା ସାମ୍ବାଦିକ ଯଦୁନାଥ ସାମନ୍ତରାୟ ପ୍ରମୁଖ ଯୋଗଦେଇ ମାତା ବାଗଦେବୀ ଓ ଭାରତ ମାତାଙ୍କ ଫୋଟ ଚିତ୍ରରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁମା ରଶ୍ମିତା ପାଇକରାୟ ବେଦପାଠ ଗାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସୁପ୍ରଭା ରଥ,ସାଲିନା ମହାପାତ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ !

ବିଦ୍ୟାଳୟର ୨ଜଣ ଛାତ୍ରୀ ଏ ୧ରେ ବ୍ଲକରେ ଦ୍ୱିତୀୟ ଟପ୍ପର ଭାବେ ଲିପ୍ସା ପ୍ରିୟଦର୍ଶିନୀ ମହାପାତ୍ର ୫୫୯ (୯୩. ୧୬%) ଓ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ୫୪୦(୯୦%)ନମ୍ବର ରଖି ବିଦ୍ୟାଳୟକୁ ଗୌରାବନିତ କରିଥିବାରୁ ମେଧାବୀ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଅତିଥିମାନେ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ !

ଶିକ୍ଷା ହେଉଛି ଦେଶ ବିକାଶର ଚାବିକାଠି ଓ ତାଙ୍କର ଭବିଷ୍ୟତ ଉଜ୍ବଳ କାମନା କରି ଆଶ୍ରିବାଦ ପ୍ରଧାନ ସହିତ ଭବିଷ୍ୟତରେ ବିଦ୍ୟାଳୟର ନା ରଖି ମା, ମାଟି ଓ ଦେଶର ସେବା କରିବା ପାଇଁ ମୁଖ୍ୟଅତିଥି ଶ୍ରୀ ଗୌର ଚରଣ ସମନ୍ତସିଂହାର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ! ଏହି କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗକାରି ପରିଚାଲନା କରିଥିଲେ l ପରିଶେଷରେ ଗୁରୁଜୀ ବୈକୁଣ୍ଠ ନାଥ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version