ବିଜେଡ଼ି ; ରାଜନୀତିରେ ନୂଆ ଧାରା

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଭୁବନେଶ୍ୱର ,ରିପୋର୍ଟ /ସୋନାଲି :- ବିଜୁ ଜନତା ଦଳ ତାର ଦୁଇ ପ୍ରମୁଖ ଛାମୁଆ ସଂଗଠନର ଦୁଇ ସଭାପତି ଚୟନ କରିବାରେ ଏକ ନୂଆ ଧାରା ସୃଷ୍ଟି କରିଛି । ସୁପ୍ରିମୋ ନବୀନ ବାବୁ ପୁଣି ଏକ ମାଷ୍ଟର ଷ୍ଟ୍ରୋକ ଖେଳି ବିରୋଧି ରାଜନୈତିକ ଦଳଗୁଡିକୁ ଚକ୍‌ମା ଦେଇଛନ୍ତି । ପ୍ରଥମେ କମିଟି ଚୟନ ଓ ପରବର୍ତ୍ତି ସମୟରେ ସଭାପତି ନିଯୁକ୍ତି କରିବା ଏକ ନୂଆ ନଜୀର୍‌ ଓ ପରମ୍ପରା ସୃଷ୍ଟି କରିଛନ୍ତି । ନବୀନଙ୍କ ଏହି ମାଷ୍ଟର ଫଣ୍ଡା ଏବେ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଭଳି ଅପ୍ରତ୍ୟାଶିତ ନିଷ୍ପତି ନେଇ ନବୀନବାବୁ ସାରା ଭାରତରେ ଥିବା ରାଜନୈତିକ ଦଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଗତାନୁଗତିକ ଧାରା ଓ ପରମ୍ପରାକୁ କବର ଦେଇ ଏକ ନୂଆ ଫଣ୍ଡାରେ ଛାତ୍ର ଓ ଯୁବ ସଂଗଠନ ପୁର୍ନବିନ୍ୟାସ କରାଇଛନ୍ତି । ପୂର୍ବରୁ ପ୍ରଥମେ ସଭାପତି ନିଯୁକ୍ତି କରାଯାଇ ପରେ ରାଜ୍ୟ କମିଟି , ଜିଲ୍ଲା ଓ ଜୋନ ସଭାପତି ମାନଙ୍କୁ ନିଯୁକ୍ତି କରାଯାଉଥିଲା । ଫଳରେ ସଭାପତିମାନେ ସେମାନଙ୍କ ଅନୁଗତ ଓ ସମର୍ଥକ ମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରୁଥିଲେ । ଏହା ଏକ ଭିନ୍ନ ତରିକା ଥିଲା । ହେଲେ ଏହି ଚିରାଚରିତ ଧାରାରେ ନବୀନବାବୁ ଏକ ପୂର୍ଣ୍ଣଛେଦ ଟାଣି ଭିନ୍ନ ପରମ୍ପରାର ମିଶାଲ ତିଆରି କରିଛନ୍ତି । ବିଭିନ୍ନ ବର୍ଗ, ମତ ଓ ଦକ୍ଷତାକୁ ପ୍ରାଧାନ୍ୟ ଦେଇ ପରୀକ୍ଷା ମୂଳକ ଭାବେ ଏହି ଦୁଇ ଛାମୁଆ ସଂଗଠନର ସରଂଚନା ମୋଟାମୋଟି ସଫଳ ହୋଇଛି ଏଥି ସହିତ ଦଳର ଦୁଇ ଛାମୁଆ ସଂଗଠନର ମହାସଚିବ ପଦବୀରେ ଦୁଇ ଜଣ ମହିଳାଙ୍କୁ ମନୋନୀତ କରିବା ବିଜୁ ଜନତା ଦଳର ମହିଳାମାନଙ୍କ ପ୍ରତି ଥିବା ସମ୍ମାନକୁ ଦ୍ୱିଗୁଣିତ କରିଛି ।

ପୃଥିବୀର ବିଭିନ୍ନ ଦେଶରେ ରାଜନୈତିକ ବିଚାରଧାରା ବଦଳିବାରେ ଲାଗିଛି , ଭାରତରେ ମଧ୍ୟ । ଓଡିଶାରେ ନବୀନବାବୁଙ୍କ କାର୍ଯ୍ୟଧାରା “ism” ତିଆରି କଲାଣି ( ସେ ସମସ୍ତ କଥା ପରବର୍ତୀ ସଂସ୍କରଣରେ ଆସିବ) । ବର୍ତମାନର ନୂଆ ତରିକା ଆଗାମୀ କିଛି ବର୍ଷ ଭିତରେ ଦେଶର ଅନ୍ୟାନ ରାଜନୈତିକ ଦଳ ମଧ୍ୟ ଗ୍ରହଣ କରିବେ । ଏହାର ମୁଖ୍ୟ ବିନ୍ଦୁ – ପ୍ରତ୍ୟେକ କର୍ମକର୍ତା ଦଳ ଦ୍ୱାରା ମନୋନୀତ ତଥା ମୁଖ୍ୟଙ୍କ ଦ୍ୱାରା ନିଯୁକ୍ତ ଏବଂ ସଭାପତିମାନେ ମଧ୍ୟ teamର leader ଭାବରେ ଗୁରୁଦାୟୀତ୍ୱ ପ୍ରାପ୍ତ । ଏଥିରୁ ଅନୁମାନ କରାଯାଉଛି – ଦଳର କାର୍ଯ୍ୟକ୍ରମ ଆହୁରି କ୍ଷୀପ୍ରଗତିରେ ତ୍ୱରାନିତ ହେବ ଏବଂ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିବ ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ।

Exit mobile version