ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୂର ଗ୍ରାମରେ ସରକାରୀ ଜମିକୁ ବେଆଇନ ଜବରଦଖଲ କରିବା ନେଇ ତହସିଲ କାର୍ଯ୍ୟାଳୟରେ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମବାସୀମାନେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ଗ୍ରାମର ଜଣେ ଜଣାଶୁଣା କୁଜିନେତା ତଥା ଶାସକ ଦଳର ସମର୍ଥକ ବୋଲାଉଥିବା ବ୍ୟକ୍ତି ଗୋକର୍ଣ୍ଣପୂର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଖାତା ନମ୍ବର ୭୧୭/୬୭୫ ପ୍ଲଟ ନମ୍ବର ୫୫୬୯ ର ପ୍ରାୟ ପାଞ୍ଚ ଫୁଟ ଜମିକୁ ଜବରଦଖଲ କରି ନିଜ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଉକ୍ତ ବିଷୟରେ ପ୍ରକାଶ ପାଇଥିବା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।ଯାହା ସାଧାରଣରେ ଶାସକ ଦଳର ସମର୍ଥକ ହୋଇଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଆଲୋଚନା ଜୋର ଧରିଛି।ସ୍ଥାନୀୟ ତହସିଲଦାରଙ୍କୁ ଗ୍ରାମବାସୀ ମାନଙ୍କ ଦ୍ଵାରା ବାରମ୍ବାର ଅଭିଯୋଗ ସତ୍ତ୍ବେ ଗ୍ରାମରେ ସରକାରୀ ଜମି ଜବରଦଖଲ କରୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯୟାନୁଷ୍ଠାନ ନିଆଯାଇନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି।ତୁରନ୍ତ ଦୋଷୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ନେଇ ଦାବୀ ଜୋର ଧରିଲାଣି । ( ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ସରକାରୀ ଜମିକୁ ବେଆଇନ ଜବରଦଖଲ ଅଭିଯୋଗ କଲେ ଗ୍ରାମବାସୀ

- Categories: Uncategorized
Related Content
MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE
by
Proprietor Abhimanyu Maharana
September 22, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 6, 2026
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି
by
Proprietor Abhimanyu Maharana
August 15, 2026
ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 3, 2026
Preparations on for Ratha Yatra at Delhi’s Hauz Khas Temple
by
Proprietor Abhimanyu Maharana
June 27, 2026