ପଡିଆ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗିରିକାନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମର କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଗିରିକାନପଲ୍ଲୀ, ପଡିଆ ଓ ପଡୋଶୀ ଛତ୍ତିଶଗଡ଼ର ଦୁବାଟୋଟା ଗ୍ରାମର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖୋକୋ, କବାଡ଼ି, କ୍ରିକେଟ, ଭଲିବଲ୍ ସମେତ ବିଭିନ୍ନ ପ୍ରକାର ସମର କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।
