“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

ସମ୍ବିଧାନ ର ତିନୋଟି ସ୍ତମ୍ଭକୁ ଉଜ୍ଜୀବିତ ଓ ସଙ୍ଗଠିତ କରିବାକୁ ହେଲେ ଚତୁର୍ଥ ସ୍ତମ୍ଭର ଆବଶ୍ୟକତା  : ସୁରେଶ ପୂଜାରୀ 

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ସାପ୍ତାହିକ ଖବର କାଗଜ ଦେଶ ବିଦେଶର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ଵନକ୍ଷେତ୍ର ଉତ୍ସବରେ ଉଦଘାଟକ ଭାବରେ ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ, ମୁଖ୍ୟ ଅତିଥି ଭାବରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟବକ୍ତା ଭାବେ  ବିଧାୟକ ପ୍ରଶାନ୍ତ ଜଗଦେବ,ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ପାଟ୍ଟଶାଣୀ ଓୟୁଡବ୍ଲୁଯେ ସଭାପତି ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର ସମସ୍ତ ଉପସ୍ଥିତ ରହିଥିଲେ।

ସଭାରେ ସଭାପତିତ୍ୱ କରିଥିଲେ ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରଥମେ ବରିଷ୍ଠ ସାମ୍ୱାଦିକ ଭାଗବତ ତ୍ରିପାଠୀ ସମ୍ବାଦ ସାମ୍ବାଦିକ ଓ ଏହାର କର୍ତ୍ତବ୍ୟ ଏବଂ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ।ପରବର୍ତ୍ତୀ ମୁଖ୍ୟବକ୍ତା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଥିଲେ ସାମ୍ବାଦିକତା ହେଉଛି ଏକ ସେବାର ବୃତ୍ତି ଏହା ସମାଜକୁ  ପ୍ରକୃଷ୍ଠ ଦିଗ୍ଦର୍ଶନ ଦେବା ସହ ବାସ୍ତବରେ ସମାଜର ତଳସ୍ତରର ଲୋକଙ୍କ ସମସ୍ୟାକୁ ସରକାରଙ୍କ ସାମ୍ନାକୁ ଆଣିଥାଏ କିନ୍ତୁ ଏବେ ଖବର ମାଧ୍ୟମରେ ବିଭ୍ରାନ୍ତିକର ଖବର ପରିବେଷଣ ହେଉଛି ଏଥିରୁ ସାମ୍ବାଦିକ ଏବଂ ସମ୍ବାଦପତ୍ର ଦୂରେଇ ରହିବା ଉଚ୍ଚିତ ବୋଲି କହିଥିଲେ ।

ଉଦଘାଟକ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ କହିଥିଲେ ସମ୍ବାଦପତ୍ର ସାମ୍ବାଦିକ  ସମାଜର ହିତସାଧ୍ୟ ଖବର ପରିବେଷଣ ସହିତ ବ୍ୟବସ୍ଥାକୁ ସଠିକ୍ ପ୍ରଶ୍ନ ପଚାରିବା ଉଚ୍ଚିତ ବୋଲି କହିଥିଲେ।ମୁଖ୍ୟ ଅତିଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଖବରକାଗଜ ଓ ସାମ୍ବାଦିକତାକୁ ନେଇ ନିଜର ଅନୁଭୂତି ବଖାଣିଥିଲେ ରାଧାନାଥ ରଥ ଠାରୁ ଆରମ୍ଭ କରି ହରେକୃଷ୍ଣ ମହତାବଙ୍କ ପର୍ଯ୍ୟନ୍ତ ସେ କହିଥିଲେ ଯେ ସେତେବେଳେ ଖବର କାଗଜରେ ସତ୍ୟ ନିରୂପିତ ଖବର ପ୍ରକାଶ ପାଉଥିଲା ଏବଂ ହକରକୁ ଅପେକ୍ଷା କରି ରହୁଥିଲେ ଲୋକମାନେ ଖବର ପଢ଼ିବା ପାଇଁ  ବର୍ତ୍ତମାନ ସମୟରେ ଏହାର ପରିବର୍ତ୍ତନ ଘଟିଛି କେତେକ ଖବର କାଗଜରେ ସତ୍ୟ ଆଧାରିତ ଖବର ପରିବେଷଣ ହେଉଥିବାବେଳେ ବେଳେବେଳେ କିଛି ଖବର କାଗଜରେ  ଅସତ୍ୟ ଖବର ପ୍ରକାଶିତ ହୋଇଥାଏ ବୋଲି ଶ୍ରୀ ପୂଜାରୀ କହି ଥିଲେ ।

ବରିଷ୍ଠ ସାମ୍ୱାଦିକ ସନତ ମିଶ୍ର ଆରମ୍ଭରୁ ସାମ୍ବାଦିକଙ୍କ ସୁରକ୍ଷା ସମ୍ମାନ ପେନସନ ସମ୍ପର୍କରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅବଗତ କରାଇଥିଲେ।ମନ୍ତ୍ରୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ ସେମାନଙ୍କ ସୁରକ୍ଷା ସ୍ୱାସ୍ଥ୍ୟବୀମା ସମ୍ମାନ ଏବଂ ପେନସନ ନିତ୍ୟାନ୍ତ ଆବଶ୍ୟକ ଏହା ମୋର ବିଭାଗ ନହେଲେ ମଧ୍ୟ ମୁଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉଭୟ ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ଏବଂ ଖୁବ୍ ଶୀଘ୍ର ସାମ୍ବାଦିକ ମାନଙ୍କ ସମସ୍ୟାର ସମାଧାନ ରେ ମୂଁ ସହାୟତା କରିବି ବୋଲି ମଞ୍ଚଉପରୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ସମାଜ ର ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ଶ୍ରୀମତୀ କଳ୍ପସା, ଅଙ୍କିତା ସ ଙ୍କୁ ବିଶିଷ୍ଟ ନାରୀ ଶିଳ୍ପଦ୍ୱଗି ସଂମାନ, ଜିତେନ୍ଦ୍ର ପାତ୍ର ଙ୍କୁ ଯୁବ ଶିଳ୍ପଦ୍ୱଗି ସଂମାନ, ଶିବନାରାୟଣ ବିଶ୍ୱାଳ ଙ୍କୁ ବିଶିଷ୍ଟ ସେବା ସଂମାନ, ଜିତେନ୍ଦ୍ର ନାଥ ଦାସ ଙ୍କୁ ବିଶିଷ୍ଟ ଶିକ୍ଷାବିତ ସଂମାନ ଓ଼ ଶ୍ରୀମତୀ ରାଉତ ସୂର୍ଯ୍ୟକାନ୍ତି ପୁହାଣ ଙ୍କୁ ବିଶିଷ୍ଟ ନାରୀ ସେବା ସଂମାନ ରେ ସନମାନିତ କରାଯାଇଥିଲା । ସଭା ଶେଷରେ ସାପ୍ତାହିକ ଖବରକାଗଜ “ଦେଶ ବିଦେଶ”ର ପ୍ରତିଷ୍ଠାତା କିଶୋର ମଙ୍ଗରାଜ ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

Exit mobile version