ନାଚୁଣୀ ଥାନାରେ କୈଶୋର ସମସ୍ୟା ନିରାକରଣ ସଚେତନତା ଶିବିର

ନାଚୁଣୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜ୍ୟ ଆରକ୍ଷୀ ବିଭାଗ ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ କିଶୋର କିଶୋରୀ ମାନଙ୍କ ର ବିଭିନ୍ନ ସମସ୍ୟା ଓ ତାର ନିରାକରଣ କୁ ନେଇ ଜୁଭେନ୍ତିକା, ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ନାଚୁଣୀ ଥାନା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୁଗଳ କିଶୋର ମଲ୍ଲିକ, ନାଚୁଣୀ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ବିଭୁତି ଭୂଷଣ ମହାପାତ୍ର,ଉପ ନିରୀକ୍ଷକ ବସୁମତୀ ସାହୁ,

ନାଚୁଣୀ ସରପଞ୍ଚ ଙ୍କ ପ୍ରତିନିଧି ପୂର୍ଣଚନ୍ଦ୍ର ପଲେଇ ପ୍ରମୁଖ ଯୋଗ ଦେଇ କୈଶୋର ଅବସ୍ଥାର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ, ନ୍ୟାୟିକ,ସାମାଜିକ, ପାରିବାରିକ,ବୈଷୟିକ ପ୍ରଭାବ ଜନିତ ଆଦି ଉପରେ ଆଲୋକପାତ କରିବା ସହ ସେଗୁଡିକ ର ଆଶୁ ସମାଧାନ ଓ ନିରାକରଣ ଉପରେ ଉପସ୍ଥିତ ଥାନା ଅନ୍ତର୍ଗତ ବିଭିନ୍ନ ମହିଳା ଓ ଶିଶୁଵିକାଶ ଉପରେ କାର୍ଯ୍ୟରତ ବିଭିନ୍ନ ଅଙ୍ଗନବାଡି କର୍ମଚାରୀ ଓ ସହାୟିକା ଏବଂ

ପରିଦର୍ଶିକା ମାନଙ୍କ ସହ ଭାବ ବିନିମୟ କରି ଥିଲେ. ଏହି ଅବସରରେ କାର୍ଯ୍ୟକ୍ରମ ସମ୍ପର୍କିତ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ପ୍ରତ୍ୟେକ ଥାନା ରେ ମହିଳା ଓ କିଶୋରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ ର ପ୍ରା ବଧାନ ଥିବାରୁ ସମସ୍ୟା ପୀଡିତ କିଶୋରୀ ମାନେ ଏହାର ସୁବିଧା ନେବାକୁ ଅତିରିକ୍ତ ଏସ ପି ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ ।

Exit mobile version