ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ

ପୁରୀ ( ଓଡିଶା ତାଜା ନ୍ୟୁଜ ) (ନି. ପ୍ର) ପୁରୀ :- ଷୋଡ଼ଶ ଦିବସ, ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ , ତିନିରଥ ର ମହାରଣା ସେବକ – ୭୮  ତିନିରଥ ର ଭୋଇ ସେବକ – ୬୯  ତିନିରଥ ର କରତୀ ସେବକ – ୪  ତିନିରଥ ର ଓଝା କମାର ସେବକ ୧୭  ତିନିରଥ ର ରୂପକାର ସେବକ – ୨୧  ତୁମ୍ବ ବିନ୍ଧ କାରୀଗର – ୨  ରଥଖଳା ସହାୟକ(ପାଣି ବାଲା) – ୧ ମୋଟ – ୧୯୨ ଜଣ ରଥ ନିର୍ମାଣର ଷୋଡ଼ଶ ତମ ଆଜିର ଦିନରେ ତିନି ରଥର ନିର୍ମାଣ କାରୀ ସେବକ ବୃନ୍ଦ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି  (ଗତକାଲି ସୁଦ୍ଧା ତିନି ରଥର ୧୦ ଗୋଟି ଚକର ନିର୍ମାଣ ଶେଷ ହେବାସହ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଥିଲା)  ତିନିରଥର ୧୬ ଗୋଟି ଚକ ନିର୍ମାଣ ଶେଷ ତିନିରଥ ର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ଆଜି ସୁଦ୍ଧା ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି ।

ତାଳଧ୍ଵଜ ରଥର ଗତକାଲି ସୁଦ୍ଧା ୩ ଗୋଟି ଚକ ଶେଷ ହୋଇଥିଲା, ଆଜି ଆଉ ଦୁଇଗୋଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ଵଜ ରଥ ର ୬ ନମ୍ୱର ଚକ ପାଇଁ ପଇ ବିନ୍ଧ ଶେଷ ପରେ ତୁମ୍ୱ ସାଲ ଅର ରେ ପଇ ପିନ୍ଧା ଶେଷ ହୋଇଛି, ୭ ନମ୍ୱର ଚକ ର ତୁମ୍ବରେ ସିଙ୍ଗଡା ବାଡ଼ିଆ ପରେ ମାପ ପ୍ରକାରେ ଅର କଟିଙ୍ଗ ହୋଇ ଆରମୁଖ ସାଲ ଶେଷ ହୋଇଛି ।  ସେହିପରି ଦର୍ପଦଳନ ରଥର ଗତକାଲି ସୁଦ୍ଧା ୩ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ପରେ ଚକ ନିର୍ମାଣ ସଂଖ୍ୟା ୫ରେ ପହଞ୍ଚିଛି ।

ଦର୍ପଦଳନ ରଥର ୬ ନମ୍ୱର ଚକ ଅରରେ ପଇ ପିନ୍ଧା ଶେଷ ହୋଇଛି ଏବଂ ୭ ନମ୍ୱର ଚକ ର ବଳକା ଅର କଟିଙ୍ଗ ପରେ ଅର ମୁଖ ସାଲ ଜାରୀ ରହିଛି । ନନ୍ଦିଘୋଷ ରଥର ଗତକାଲି ସୁଦ୍ଧା ୪ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା । ଆଜି ଆଉ ଦୁଇଗୋଟି ଚକ ନିର୍ମାଣ ଶେଷ ହୋଇ ନନ୍ଦିଘୋଷ ରଥର ଆଜିସୁଦ୍ଧା ଚକ ନିର୍ମାଣ ସଂଖ୍ୟା ୬ ରେ ପହଞ୍ଚିଛି। ଏଥିସହ ୭ ନମ୍ୱର ଚକ ରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଛି, ୮ ନମ୍ୱର ଚକ ତୁମ୍ବ ର ସିଙ୍ଗଡା କଟା ଶେଷ ହୋଇଛି ।

ତିନି ରଥର ଆଉ ଦୁଇଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ଵାରା ସିଙ୍ଗଡ଼ା ବାଡ଼ିଆ ଶେଷ ହେବାପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ରଥ ଚାଳି କୁ ଯୋଗାଇ ଦେଇଛନ୍ତି। *ତିନି ରଥର ପ୍ରଭା ଅପସରା ଏବଂ ବେଦୀ ସିଂହାସନ ନିର୍ମାଣ ଶେଷ ହୋଇଛି । ଏଥିସହ ଆଜିସୁଦ୍ଧା ତିନିରଥର ୪ ଗୋଟି ଲେଖାଏଁ ପ୍ରଥମ ଭୂଇଁ ମାଝୀ ଭୂଇଁ ଖମ୍ବି ନିର୍ମାଣ ଶେଷ ହୋଇଛି ।

ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି। *କମାର ଶାଳ* ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ୧୦ ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା ନିର୍ମାଣ ସହ ବାକି ଚକ ଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରୀ ରଖିଛନ୍ତି । 

Exit mobile version