ଗୋପ ବ୍ଲକରେ ବିଜେପିର ମଣ୍ଡଳ ବୈଠକ: ସଙ୍ଗଠନକୁ ସୁଦୃଢ଼ କରିବା ସହ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଙ୍କଳ୍ପ

​ଗୋପ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତୀୟ ଜନତା ପାର୍ଟି (ବିଜେପି) ଉଚ୍ଚ ନେତୃତ୍ଵଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଓ ମଜଭୁତ କରିବା ଲକ୍ଷ୍ୟରେ ଗୋପ ବ୍ଲକରେ ଏକ ଗୁରୁତ୍ଵପୂର୍ଣ୍ଣ ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ସଙ୍କଳ୍ପ ପତ୍ର ଗୃହୀତ ହୋଇଛି ।

​ମଣ୍ଡଳ ସଭାପତି ବିଜୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପଦାଧିକାରୀ ବୈଠକରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ। ବୈଠକରେ ସାଂସଦ ପ୍ରତିନିଧି ସୁଶାନ୍ତ ସ୍ଵାଇଁ, ରାଜ୍ୟ କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ଵାଇଁ, ବରିଷ୍ଠ ନେତା ଗୋବିନ୍ଦ ପାଢ଼ୀ,ରାଜକିଶୋର ନାୟକ, ସୌଦାମିନୀ ସେନାପତି, ବିଭୂଦତ୍ତ ପାତ୍ର, ଅନୂଷୟା ମଲ୍ଲିକ ଏବଂ ବନଜା ସେଠୀ ପ୍ରମୁଖ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।

​ଏହାସହିତ ସାଧାରଣ ସଂପାଦକ ଅନିଲ ପରମାଣିକ, ରଂଜନ ବିଶ୍ବାଳ ଓ ଶିବାନୀ ଶଙ୍କର ସେଠୀଙ୍କ ସମେତ ଗୋପ ବ୍ଲକର ସମସ୍ତ ପଞ୍ଚାୟତରୁ ଆସିଥିବା ଶକ୍ତିକେନ୍ଦ୍ର ପ୍ରମୁଖ, ସହ-ପ୍ରମୁଖ ଏବଂ ପ୍ରଭାରୀମାନେ ଏହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଗାମୀ ଏକ ମାସ ପାଇଁ ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଓ ରଣନୀତିକୁ ନେଇ ବୈଠକରେ ଏକ ଚିଠା ପ୍ରସ୍ତାବ ପାରିତ କରାଯାଇଛି । ସଙ୍ଗଠନକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଏହି ଅବସରରେ ଆହ୍ୱାନ ଦିଆଯାଇଛି ।

Exit mobile version