୫୦ ବର୍ଷିଆ ବୃଦ୍ଧା ନିଖୋଜ, ଥାନାରେ ଏତଲା ଦେଲେ ବୃଦ୍ଧ ସ୍ୱାମୀ

ବେଲପଡ଼ା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭାଲୁବାହାଲି ଗାଁର ବେଛୁ ବନଗୁଲାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ବନଗୁଲା (୫୦) I ଗତ ୧୦ ଦିନ ରୁ ଅଧିକ ହେବ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବୃଦ୍ଧା ଙ୍କ ସ୍ୱାମୀ ବେଲପଡ଼ା ଥାନାର ଦ୍ୱାରସ୍ତ ହୋଇ ନିଖୋଜ ଏତଲା ଦେଇଛନ୍ତି। ନିଖୋଜ ବୃଦ୍ଧାଙ୍କ ସ୍ବାମୀ କହିବା ଅନୁସାରେ ନିଖୋଜ ହେବାର ଦିନକୁ ପୂର୍ବରୁ ଗାଁର ଜଣେ ମହିଳା ତାଙ୍କ ସ୍ତ୍ରୀ କୁ ଗାଲି କରିବା ସହ ମାଡ଼ ମାରିଥିଲା ।

ଲୋକ ଲଜ୍ୟା ରେ ବୃଦ୍ଧା ଜଣକ କୁଆଡ଼େ ଫେରାର ହୋଇ ଯାଇଛି । ପୋଲିସ ନିଖୋଜ ମାମଲା ରୁଜୁ କରିଥିବା ଵେଳେ ଗାଳିଗୁଲଜ ସହ ମାଡ଼ ମାରିଥିବା ଆଉ ଗୋଟିଏ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ଯିଏ ମାଡ଼ ମାରିଥିଲା ତାକୁ ପୋଲିସ ଠିକ୍‌ରେ ପଚରାଉଚରା କଲେ ବୃଦ୍ଧା କୁଆଡ଼େ ଯାଇଛି ତାର ପତ୍ତା ମିଳିବ । ବୃଦ୍ଧ ଵେଛୁ ବନଗୁଲା ନ୍ୟାୟ ପ୍ରଦାନ ଦାବି କରିଛନ୍ତି ।

Exit mobile version