ବାଲିପାଟଣା ରେ ଜନ ଆକ୍ରୋଶ ମହିଳା ସମାବେଶ

ବାଲିପାଟଣା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ମହିଳା ମାନଙ୍କର ଅଧିକାର ର ସୁରକ୍ଷା ପାଇଁ ଓ ଦେଶର ଅଧା ଜନସଂଖ୍ୟା କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ରେ ସାମିଲ କରିବା ପାଇଁ ଲୋକସଭାରେ ନାରୀଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା। ପ୍ରକ୍ରିୟା ବିଳମ୍ୱ ହେବାର ସମ୍ଭାବନା ଥିବାରୁ ମୋଦି ସରକାର ୧୬ ଏପ୍ରିଲ ରେ ୩ ଗୋଟି ବିଧେୟକ ଆଗତ କରି ମହିଳାଙ୍କୁ ତୁରନ୍ତ ଲାଭ ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲେ।କିନ୍ତୁ ବିରୋଧୀ ଦଳଙ୍କ ଚକ୍ରାନ୍ତରେ ଏହା ସମ୍ଭବ ହୋଇପାରିଲା ନାହିଁ।

ଏହା ବିରୁଦ୍ଧରେ ସାରା ଦେଶରେ ମହିଳା ମାନେ ଜନ ଆକ୍ରୋଶ ଆନ୍ଦୋଳନରେ ସାମିଲ ହୋଇ ସମାବେଶ ଓ ଶୋଭାଯାତ୍ରା କରି ପ୍ରତିବାଦ କରୁଛନ୍ତି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଠାରେ ଶହ ଶହ ସଂଖ୍ୟାରେ ମହିଳା ଗୋପବନ୍ଧୁ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବଜାର ସ୍ଥିତ ମେଲଣ ପଡ଼ିଆ ଯାଏ ଯାଇ ବିରୋଧୀ ଦଳ ନେତା ମାନଙ୍କର କୁଶ ପୁତ୍ତଳିକା ଦାହ କରିବା ସହ ସେମାନଙ୍କର ଏହି ଚକ୍ରାନ୍ତ ର ଦୃଢ଼ ପ୍ରତିବାଦ କରିଛନ୍ତି ।

ପୂର୍ବତନ ମନ୍ତ୍ରୀ ଡ୍ ଅରବିନ୍ଦ ଢାଲିଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ମହିଳା ନେତ୍ରୀ ଝିଲି ସାମନ୍ତରାୟ, ତୃପ୍ତିବାଳା ବସ୍ତିଆ,ବିନୋଦିନୀ ମିଶ୍ର,ଦେବକୀ ରାଉତ, ମନୋରମା ମିଶ୍ର,ଯୁବ ନେତା ଜଗନ୍ନାଥ ବେହେରା,ସଞ୍ଜୟ ତ୍ରିପାଠୀ,ଜୟନ୍ତ କୁମାର ଶିଶୁ,କୈଳାସ ସେଠୀ,ରଶ୍ମୀ ରଞ୍ଜନ ପଣ୍ଡା,ମଣ୍ଡଳ ସଭାପତି ଗିରିଶ ପ୍ରଧାନ,ଜିଲ୍ଲା ଦଳିତ ମୋର୍ଚ୍ଚା ସଭାପତି ପବିତ୍ର ଭୋଇ ଙ୍କ ସହିତ ସମସ୍ତ ଦଳୀୟ କର୍ମକର୍ତ୍ତା ଓ ସକ୍ରିୟ କର୍ମୀ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ।

Exit mobile version