ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

କନ୍ଧ ନୟାଗଡ଼ ସ୍ଥିତ ମା’ଡୋମ ଣୀ ମନ୍ଦିର ପରସରରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି

ଟାଙ୍ଗୀ ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖୋରଧା ଜ଼ିଲା ଯାଦବ ସମିତି ର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସମ୍ମିଳନୀ ରଣପୁର ବ୍ଲକ କନ୍ଧ ନୟାଗଡ଼ ସ୍ଥିତମା ‘ଡୋମ ଣୀ ମନ୍ଦିର ପରସରରେର ଅନୁଷ୍ଠିତ ହୋଇଯାଇଛି।ଅନ୍ତର୍ଯ୍ୟାମୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଉତ୍କଳ ଯାଦବ ସଂଗଠନ କଟକ ର ନନ୍ଦଲାଲ ସିଂ ଯାଦବ, ପ୍ରଶନ୍ନ କୁମାର ବେହେରା, ଅନନ୍ତ ଗୋପାଳ ଦାସ ଓ ଦୀପକ ଯାଦବ ପ୍ରମୁଖ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ ସେମାନଙ୍କ ତତ୍ୱାବଧାନରେ ନୂତନ କର୍ମକର୍ତ୍ତା ଚୟନକରାଯାଇଥିଲା।

ପର୍ଯ୍ୟବେକ୍ଷକ ଓ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଯାଦବ ମାନଙ୍କ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥଲେ।ସମ୍ପ୍ରଦାୟ ମଧ୍ୟରେ ଭାଇଚାରାକୁ ପ୍ରାଧାନ୍ୟ ଦେଇ ସମସ୍ତଙ୍କ ସହିତ ସ୍ନେହ, ଶ୍ରଦ୍ଧା ଓ ସମନ୍ୱୟ ରକ୍ଷା କରି ଜାତିର ବିକାଶ ସାଧନ ନିମିତ୍ତ କାର୍ଯ୍ୟ କରିବାକୁ ସର୍ବ ସମ୍ମତ ମତ ପ୍ରଦାନ କରିଥିଲେ । ନିମ୍ନମତେ ନୂତନ କର୍ମ କର୍ତ୍ତା ଚୟନ ହୋଇଥିବା ସୂଚନା ମିଳିଛି।ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଉପ ସଭାପତି ନବକିଶୋର ବେହେରା ଓ ପ୍ରଦୀପ ବେହେରା, ସମ୍ପାଦକ ଲକ୍ଷ୍ମୀଧର ବେହେରା,

ସହ ସମ୍ପାଦକ ନିରଞ୍ଜନ ବେହେରା, କୋଷାଧ୍ୟକ୍ଷ ବିଶ୍ୱମ୍ବର ବେହେରା, କାର୍ଯ୍ୟକାରୀ କମିଟି ସଭ୍ୟ ରୂପେ ଲୋକନାଥ ବେହେରା, ନାରୀନେତ୍ରୀ ଗୁଲୁବାସ ସୁବୁଦ୍ଧି, ଯୁବନେତା ବିଦ୍ୟାଧର ବେହେରା, ଉପଦେଷ୍ଠା ଶଙ୍କର ପ୍ରତାପ ମହାରଥୀ, ରାଜ୍ୟ କାର୍ଯ୍ୟକାରୀ କମିଟିକୁ ରତ୍ନାକର ବେହେରାପ୍ରମୁଖ ଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରତ୍ୟେକ ଜୋନର ସଭାପତି ଓ ସମ୍ପାଦକ ଏହି କମିଟି ରେ ଉପଦେଷ୍ଠା ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ସମସ୍ତେ ପନ୍ତି ଭୋଜନରେ ସମ୍ମିଳିତ ହୋଇଥିଲେ।

Exit mobile version