ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ବରଗଡ଼ :- ସ୍ବେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କରାଯାଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉଟ ସଟଡାଉନ ଘୋଷଣା ହୋଇଥିବା ସମୟରେ ଅନେକ ସ୍ବେଛାସେବୀ ସଂଗଠନ ମାନେ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଆବଶ୍ୟକତା ଥିବା ଜିନିଷ ପ୍ରଧାନ କରାଯାଉଥିଲା। ଏହି କ୍ରମରେ ବରଗଡ଼ ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫ ଅସହାୟ ଗରିବ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହିତ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏହା ସହିତ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଆବଶ୍ୟକତା ଥିବାରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ମଧ୍ୟ କରିଥିଲା ଗିଫ୍ଟ ଅଫ ଲାଇଫ। ଏହାକୁ ଦୃଷ୍ଟିରେ ରଖି ବଦାନ୍ୟ ବନ୍ଧୁ ତରଫରୁ ଗିଫ୍ଟ ଅଫ ଲାଇଫର ସଦସ୍ୟ ମାନଙ୍କୁ ଉତ୍ତରିୟ ସହିତ ସ୍ମୃତି ଫଳକ ପ୍ରଦାନ କରାଯାଇଛି। ଆଜି ଏକ ରକ୍ତଦାନ ଶିବିର ଅବସରରେ ବଦାନ୍ୟ ବନ୍ଧୁ ସ୍ବେଚ୍ଛାସେବୀ ସଂଗଠନର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ଉପସ୍ଥିତ ରହି ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କଲା – ବରଗଡ଼

- Categories: Uncategorized
Related Content
MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE
by
Proprietor Abhimanyu Maharana
September 22, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 6, 2026
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି
by
Proprietor Abhimanyu Maharana
August 15, 2026
ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 3, 2026
Preparations on for Ratha Yatra at Delhi’s Hauz Khas Temple
by
Proprietor Abhimanyu Maharana
June 27, 2026