ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ନାଚୁଣୀ  ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଚଳିତ ମାଟ୍ରିକ ପରୀକ୍ଷାର୍ଥୀ ରୁପା ସେଣ ଙ୍କୁ ବ୍ରଜକିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ସମଗ୍ର ବାଣପୁର ବ୍ଲକ ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ନଗଦ ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଏହି ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ସ୍ବର୍ଗତ ବ୍ରଜ କିଶୋର ସାହୁ ସମଗ୍ର ରାଜ୍ୟ ରେ ପ୍ରଥମ ଦଶ ଜଣ ଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନ ଲାଭ କରି ବିଦ୍ୟାଳୟ ର ଗୌରବ ବୃଦ୍ଧି କରିଥିଲେ।

ପରେ ଉକ୍ତ ମେଧାବୀ ଛାତ୍ର ସର୍ବଭାରତୀୟ ସ୍ତର ରେ ଅନୁଷ୍ଠିତ ପ୍ରଶାସନିକ ସେବା ପରୀକ୍ଷା ରେ କୃତୀତ୍ଵ ହାସଲ କରି କେନ୍ଦ୍ର ଆୟକର ବିଭାଗ ର ଆୟୁକ୍ତ ଭାବେ କାର୍ଯ୍ୟ କରି ଅବସର ନେଇ ଥିଲେ। ଦୁର୍ଭାଗ୍ୟ ବଶତଃ ତାଙ୍କର ଆକସ୍ମିକ ବିୟୋଗ ପରେ ତାଙ୍କର ପରିବାର ପକ୍ଷରୁ ଉକ୍ତ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଶିକ୍ଷାର୍ଥୀ ଙ୍କୁ ତାଙ୍କ ସ୍ମରଣାର୍ଥେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏହି ପୁରସ୍କାର ଲାଭ କରିଥିବା ଛାତ୍ରୀ ରୁପା ସେଣ ସ୍ଥାନୀୟ ବଡପଦର ଗ୍ରାମର ଜନୈକ ଶ୍ରମଜୀବୀ ପ୍ରବୋଧ ସେଣ ଙ୍କ ର ମେଧାବୀ କନ୍ୟା।

ଅର୍ଥଭାବରୁ ରୁପା ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇ ବି ସେହି ବିଦ୍ୟାଳୟ ରୁ ନାମଲେଖା ରୁ ବଂଚିତ ହୋଇଥିଲେ। ତେବେ ଗରିବ ପରିବାରର ଏହି ଝିଅ ନିଜର ଅଧ୍ୟବସାୟ ବଳରେ ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହୋଇ ପାରିଛନ୍ତି।ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉକ୍ତ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାମନ୍ତସିଂହାରଙ୍କ ଅଧ୍ୟକ୍ଷତା ରେ ପ୍ରାକ୍ତନ ବି ଜେବି ମହାବିଦ୍ୟାଳୟ ର ଗ୍ରନ୍ଥାଗା ରିକ ତଥା ଉପନ୍ୟାସିକ ଫକୀର ମୋହନ ଷଡ଼ଙ୍ଗୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅର୍ଜୁନ କୁମାର ସ୍ୱାଇଁ,

ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ଶବର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମହାପାତ୍ର,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ର ସମ୍ପାଦକ ଶିକ୍ଷାବିତ ବସନ୍ତ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ସାମ୍ବାଦିକ ପ୍ରଦୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରୀ ଙ୍କୁ ସମର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଅନ୍ୟତମ ଛାତ୍ର ଆରବ ଶିବାଂଶ ପରିମାଣିକ ଙ୍କୁ ମଧ୍ୟ ବିଦ୍ୟାଳୟ ଟପର ଭାବେ ସମ୍ବର୍ଦ୍ଧିତ କରାଯାଇଛି।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵାଗତିକା ସ୍ୱାଇଁ କାର୍ଯ୍ୟକ୍ରମ ର ସଂଚାଳନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହାୟତା ପ୍ରଦାନ କରିଥିଲେ।

Exit mobile version