ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ବୋଲଗଡ଼  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା ଜିଲ୍ଲା ଓ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କର ଦୁଃଖ, ସୁଖରେ ଓ ପ୍ରତ୍ବେକ କାର୍ଯ୍ୟରେ ସାହାଯ୍ୟ, ସହଯୋଗର ହତାବଢ଼ାଇ ଅଞ୍ଚଳ ପାଇଁ ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ତଥା ସମାଜସେବୀ ବାସୁଦେବ ସାହୁ l ପିଲାଟି ଦିନରୁ ଲୋକମାନଙ୍କର ସେବl କରିବା ସ୍ବପ୍ନ ଦେଖିଥିଲେ l ଆଜି ତାହା କାର୍ଯ୍ୟରେ କରି ଦେଖାଇଛନ୍ତି l

 ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ଅସହାୟ ଗରିବ, ଖଟିଖିଆ ଦିନମଜୁରିଆ ଓ ଅସହାୟ ବୃଦ୍ଧ, ବୃ୍ଦ୍ଧାମାନଙ୍କୁ ବିଭିନ୍ନ ସମୟରେ, କମ୍ବଳ, ଛତା ଓ ବିଭିନ୍ନ ରୋଗରେ ପ୍ରିଡ଼ିତ ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇ ରୋଗୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି l ବୋଲଗଡ଼ ବ୍ଲକ ବଡ଼କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାଉରୁଣୀ ଗ୍ରାମବାସୀଙ୍କୁ ମଙ୍ଗଳ ବାର ଏକାଠି କରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ପୋଖରୀ ଓ କ୍ଳବ ଗୁଡିକର ବିକାଶ କରି ମାନବିକତାର ଉଦାହରଣ ସାଜିଛନ୍ତି l

ଜନସାଧାରଣମାନଙ୍କ ସେବା ହେଉଛି ମାନବ ଜାତିର ସବୁଠାରୁ ବଡ଼ ଧର୍ମ । ନିଜ ସ୍ୱାର୍ଥ ଅପେକ୍ଷା ଅନ୍ୟର ହିତକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି l ସେବାରେ ବାସୁଦେବ ସାହୁ ଜଣେ ପ୍ରକୃତ ସମାଜସେବୀ କୌଣସି ପ୍ରତିଦାନ ଆଶା ନକରି ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରନ୍ତି । ତାଙ୍କର ଲକ୍ଷ୍ୟ କେବଳ ପଦ-ପଦବୀ କିମ୍ବା ପ୍ରଶଂସା ପାଇବା ନୁହେଁ, ବରଂ ଅସହାୟଙ୍କ ମୁହଁରେ ହସ ଫୁଟାଇବା ସହିତ ଜାତି, ଧର୍ମ, ବର୍ଣ୍ଣ ଏବଂ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ।

ସମାଜର ଦଳିତ, ଅବହେଳିତ, ଅନାଥ ଏବଂ ରୋଗୀଙ୍କ ସେବାରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି। ଖରା, ବର୍ଷାକୁ ଖାତିର ନ କରି ଲୋକଙ୍କ ପାଖରେ ପହଞ୍ଚନ୍ତି ବୋଲି ଖୋର୍ଦ୍ଧାଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଯୁବଗୋଷ୍ଠୀମାନେ କହିଛନ୍ତି । ଲୋକମାନଙ୍କର ସେବାକରିବା ଦ୍ୱାରା ଯେଉଁ ଆତ୍ମିକ ଶାନ୍ତି ଓ ଆତ୍ମସନ୍ତୋଷ ମିଳେ, ତାହା ଅନ୍ୟ କୌଣସି କାର୍ଯ୍ୟରୁ ମିଳେ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲାବିଜେପି ଉପସଭାପତି ତଥା ସମାଜସେବୀ ବାସୁଦେବ ସାହୁ କହିଛନ୍ତି ! ଶ୍ରୀ ସାହୁଙ୍କ ଏଭଳି କାର୍ଯ୍ୟକୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଵା ସହିତ, ତାଙ୍କର ନମ୍ର, କର୍ମଠ, ପରୋପକାର ଓ କାର୍ଯ୍ୟ ଦକ୍ଷତା ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି !

Exit mobile version