ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ବୋଲଗଡ଼  ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପଣ୍ଡିଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ଓ ପଶ୍ଚିମ ବଙ୍ଗ, ଆସାମ, କେରଳ ପ୍ରମୁଖ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ସଫଳତାକୁ ନେଇ ବୋଲଗଡ଼ -ବେଗୁନିଆ ବିଜେପି ପକ୍ଷରୁ ମଙ୍ଗଳବାର ବୋଲଗଡ଼ ବ୍ଲକ କାର୍ଯ୍ୟାଳୟଠାରୁ ତହସିଲ ଛକ ପର୍ଯ୍ୟନ୍ତ ବିଶାଳ ବିଜୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି l ଏହି ବିଜୟ ପଦ ଯାତ୍ରା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ,

ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି,ବରିଷ୍ଠ ବିଜେପି କର୍ମୀ ଐତିହାସିକ ରବୀନ୍ଦ୍ର ପରିଡା , ଖୋର୍ଦ୍ଧାଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଆର୍ତ୍ତ୍ତ୍ରବନ୍ଧୁ ପ୍ରଧାନ, ରେଡ ରୋଜ ସଭାପତି ପ୍ରକାଶ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ l

ବୋଲଗଡ଼ ତହସିଲ ଛକରେ ଝାଲ ମୁଢ଼ି ଖାଇ ବିଜୟ ଉତ୍ସବ ପାଳନ କରିଥିଲେ l ଉତ୍ସବ ସମୟରେ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନରେ ନାରାବାଜି କରି ଭାରତ ମାତାର ଜୟାଗନ କରିଥିଲେ l ବୋଲଗଡ ପରିବେଶ ଉତ୍ସାହରେ ଭରିଯାଇଥିଲା ଏବଂ ବାଣ- ଫୁଟାଇ ଉଲ୍ଲାସ ପ୍ରକାଶ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଏହାର ମାଧ୍ୟମରେ ଦଳୀୟ ଏକତା ,ଭାଇଚାରା ସାଙ୍ଗଠନିକ ଦକ୍ଷତା ଓ ଖୁସିର ପରିବେଶ ମଜବୁତ ହୋଇଥିଲା । ବୋଲଗଡ଼ ଅଞ୍ଚଳରେ ଆନନ୍ଦ ଉଲ୍ଲାସରେରେ ବିଜୟ ଉତ୍ସବ କରାଯାଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ କରିଥିଲେ l

Exit mobile version