Home ଅପରାଧ ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ by Proprietor Abhimanyu Maharana 4 months ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ଗଞ୍ଜାମ ଜିଲ୍ଲାରେ ପୁଣି ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ହିଞ୍ଜିଳି ଥାନା କେ. ଖରିଡା ଗ୍ରାମରେ ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡ ସମସ୍ତ ବର୍ବରତାର ସୀମା ଅତିକ୍ରମ କରିଛି। ପ୍ରେମରେ ପ୍ରତାରଣା ଓ ନ୍ୟାୟ ପାଇବା ଆଶାରେ ଜଣେ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ପ୍ରେମିକର ଭାଇ ଘର ବାରଣ୍ଡାରେ ଟାଙ୍ଗିଆରେ ଅତି ନିର୍ଦ୍ଦୟ ଓ ଅମାନୁଷିକ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ମୃତ ମହିଳା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ତଦନ୍ତକୁ ଜୋରଦାର କରିଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁର ପୂଜା ସ୍ଵାଇଁ (୨୧)। ସେ କେ. ଖରିଡା ଗ୍ରାମର ଚିଣ୍ଟୁ ଗୌଡଙ୍କୁ ଗତ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ମୃତା ପୂଜାଙ୍କ ଏକ ତିନି ବର୍ଷର କନ୍ୟା ସନ୍ତାନ ଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରେମିକ ଚିଣ୍ଟୁଙ୍କ ଭାଇ ଲିଟୁ ପୂଜାଙ୍କୁ ଅମାନୁଷିକ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଠାରୁ ନ୍ୟାୟ ପାଇବା ଆଶା ରଖି ଘର ସମ୍ମୁଖରେ ଧାରଣା ଦେଇଥିବା ବେଳେ ଜଘନ୍ୟ ହତ୍ୟାକାଣ୍ଡର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ହିଞ୍ଜିଳି ଥାନା କେସ ନଂ – ୨୯୭/୨୬ ରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ୱାବଧାନରେ ହତ୍ଯାକାଣ୍ଡର ଖୋଳତାଡ଼ ଜାରି ରଖିଛନ୍ତି। ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ପୂଜା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଜରିଆରେ କେ. ଖରିଡା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ। ଏହା ପରେ ଦୁହେଁ ମିଳାମିଶା କରିଥିଲେ। ପରେ ଦୁହେଁ ପୁରୀ ଜିଲ୍ଲା ଡେଲାଙ୍ଗର ଏକ ଶିବ ମନ୍ଦିରରେ ବିବାହ କରିଥିଲେ। ଗତ ଛଅ ମାସ ଧରି ପୁରୀରେ ଏକ ଭଡ଼ା ଘରେ ରହି ଆସୁଥିଲେ। ପନ୍ଦର ଦିନ ତଳେ ପରିବାର ଲୋକଙ୍କ ସହ ଦେଖା ସାକ୍ଷାତ କରିବାକୁ କହି ପ୍ରେମିକା ପୂଜାକୁ ବ୍ରହ୍ମପୁର ରେଳ ଷ୍ଟେସନରେ ଛାଡ଼ି ଦେଇ ପ୍ରେମିକ ଚିଣ୍ଟୁ କେଉଁ ଆଡେ ଚାଲି ଯାଇଥିଲେ। ପରେ ପୂଜା ନ୍ୟାୟ ପାଇବା ଆଶା ରଖି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୨୪୧/୨୬ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ପରବର୍ତ୍ତୀ ସମୟରେ ମୃତା ମହିଳାଙ୍କ ଅଭିଯୋଗ କ୍ରମେ ଚିଣ୍ଟୁଙ୍କ ବାପା, ମା ଓ ଭଉଣୀଙ୍କୁ ଥାନାକୁ ଡାକି ଆପୋ ବୁଝାମଣା କରି ଛାଡିଥିଲା। ସୋମବାର ମହିଳା ଜଣଙ୍କ କେ. ଖରିଡା ଯାଇ ପ୍ରେମିକର ଘର ବାରଣ୍ଡାରେ ଧାରଣା ଦେଇଥିଲେ। ଏହା ପରେ ମଙ୍ଗଳବାର ଚିଣ୍ଟୁର ସାନ ଭାଇ ଲିଟୁ ଗର୍ଭବତୀ ଥିବା ପୂଜାଙ୍କୁ ଏକ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲେ। ଏହି କରାଳ ଦୃଶ୍ୟ ସମୟରେ ପୂଜାଙ୍କ ତିନି ବର୍ଷର କଅଁଳ ଝିଅଟି ମୃତା ମା ପାଖରେ ବସି ଝୁରି ହୋଇଥିଲା। ଏହି ଲୋମ ହର୍ଷକ ଘଟଣା ପରେ ହତ୍ୟାକାରୀକୁ ପୁଲିସ୍ ଧରି ହତ୍ୟାକାଣ୍ଡର କାରଣ,ପରିସ୍ଥିତି ଓ ଏହା ପଛରେ ଅନ୍ୟ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ଏହା ଉପରେ ଅଧିକ ଖୋଳତାଡ଼ କରୁଛି। ଘଟଣାଟି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସନ୍ଧ୍ୟାରେ ସାଇଣ୍ଟଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ଲିଟୁ ନାବାଳକ ଥିବା ପୁଲିସ ସନ୍ଦେହ କରିଛି। ତେବେ ସଂପୃକ୍ତ ହତ୍ୟାକାଣ୍ଡ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଲିଟୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା କହିଛନ୍ତି। Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026