ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

କେନ୍ଦୁଝର (ଓଡ଼ିଶା ତାଜା ନ୍ୟୁଜ୍) :- ଟ୍ରାଇଡେଂଟ ଗୃପର ଫ୍ଲାଗସିପ କମ୍ପାନୀ ଏବଂ ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଟ୍ରାଇଡେଂଟ ଲିମିଟେଡ ପକ୍ଷରୁ ତକ୍ଷଶିଳା ନିଯୁକ୍ତି କାର୍ଯ୍ୟକ୍ରମର ୨୫ତମ ସଂସ୍କରଣ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଗ୍ରୁପ ଏହାର ମାନୁଫ୍ୟାକ୍‌ଚରିଂ ୟୁନିଟ୍‌ଗୁଡିକରେ ୩ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତାଥିବା ୨୦୦୦ରୁ ଅଧିକ ଗ୍ରାଜୁଏଟ ଓ ଡିପ୍ଲୋମା କରିଥିବା ଯୁବବର୍ଗଙ୍କୁ ନିଯୁକ୍ତ କରିବ ।

ଏହି ନିଯୁକ୍ତି ଅଭିଯାନର ଅଂଶ ଭାବେ ଟ୍ରାଇଡେଂଟ ଟେକ୍ସଟାଇଲ ଅପରେଶନ୍ସ, ଇଞ୍ଜିନିୟରିଂ, କ୍ୱାଲିଟି, ଆକାଉଂଟସ, ସପ୍ଲାଇ ଚେନ, ଇନ୍‌ଫରମେଶନ ଟେକ୍ନୋଲୋଜି, ଆଡ୍‌ମିନ ଓ ଏଚଆର ଭଳି ବିଭିନ୍ନ ଶୃଙ୍ଖଳାର ଟେକ୍ନିକାଲ ଓ ଅପରେଶ୍‌ନାଲ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା ବେତନ ପାଇଁ ସୁଯୋଗ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଟ୍ରାଇଡେଂଟ ଗ୍ରୁପର ଗ୍ରୁପ୍ ସିଏଚଆରଓ ପୁଜା ବି.ଲୁଥ୍ରା କହିଛନ୍ତି, “ରାଷ୍ଟ୍ର ନିର୍ମାଣ ପ୍ରତି ଆମର ପ୍ରତିବଦ୍ଧତା ପ୍ରତିଭାଶାଳୀ ଯୁବପିଢିଙ୍କୁ ସୁଯୋଗ ପ୍ରଦାନ କରିବା, ଏକ ବିକଶିତ ଭାରତ ଦିଗରେ ଆମର ଯାତ୍ରାରେ ଯୋଗ ଦେବା ପାଇଁ ନୂଆ ପ୍ରତିଭାମାନଙ୍କୁ ସ୍ୱାଗତ କରିବାରେ ଅନ୍ତର୍ନିହିତ ରହିଛି ।

ଏହି ସଂସ୍ଥା ଆଧୁନିକ, ସ୍ୱୟଂଚାଳିତ ଓ ଏଆଇ-ପରିଚାଳିତ ଉତ୍ପାଦନ ପରିବେଶ ପାଇଁ ଆବଶ୍ୟକ ଦକ୍ଷତା, ସ୍ଥିରତା ଓ ବୈଷୟିକ ପ୍ରସ୍ତୁତ ସହ ସୁସଜ୍ଜିତ ଏକ କର୍ମବଳ ସୃଷ୍ଟି କରି ଭାରତର ଦୀର୍ଘକାଳିନ ଶିଳ୍ପ ଅଭିବୃଦ୍ଧିକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଛି । ”ଏହି ନିଯୁକ୍ତି ଅଭିଯାନରେ ୬ ମାସର ନେତୃତ୍ୱ ବିକାଶ ଓ ଦକ୍ଷତା ଉନ୍ନତିକରଣ ଅନ୍ତର୍ଭୁକ୍ତ ରହିଛି । ଏହା ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ ପ୍ରଦର୍ଶନ ସହ ଜଡିତ ପ୍ରୋତ୍ସାହନ ରାଶି,

ପରିବର୍ତନଶୀଳ ବେତନ, ଢାଂଚାଗତ ଶିକ୍ଷା ଓ ବିକାଶ କାର୍ଯ୍ୟକ୍ରମ, ମାଗଣା ହଷ୍ଟେଲ ରହଣୀ, ସବ୍‌ସିଡିଯୁକ୍ତ ଖାଦ୍ୟ, କ୍ରୀଡା ପାଇଁ ପହଂଚ ଓ ଜିମ ସୁବିଧା, ପର୍ଯ୍ୟାୟକ୍ରମିକ ସ୍ୱୀକୃତି ଓ ପୁରସ୍କାରରୁ ଉପକୃତ ହୋଇପାରିବେ । ଏହି ଅଭିଯାନ ମାଧ୍ୟମରେ ଟ୍ରାଇଡେଂଟ ଏହାର ଦୀର୍ଘାବଧି ଅଭିବୃଦ୍ଧି ରଣନୀତିର ଏକ ମୂଳ ଉପାଦାନ ଭାବେ ମାନବ ପୁଞ୍ଜିରେ ନିବେଶ କରିବା ଜାରି ରଖିବ ।

Exit mobile version