ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ମାଟ୍ରିକ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଟପ୍ପର ସରୋଜ କୁମାର ଜେନାକୁ ଆଜି ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପତି, ଶିକ୍ଷକ ପଞ୍ଚାନନ ତ୍ରିପାଠୀ ଏବଂ ସିଆରସିସିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସରୋଜକୁ ସମ୍ବର୍ଦ୍ଧିତ କରିବା ସହ କିଛି ଉପହାର ଦେଇଥିବା ଦେଖାଯାଇଛି । ନୟାଗଡ଼ ଜିଲ୍ଲାରେ ସଦର ବ୍ଲକ କ୍ରିଦାଶପୁର ପଞ୍ଚାୟତରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା ।

୩୪ ବର୍ଷ ମଧ୍ୟରେ ବିଦ୍ୟାଳୟ ସରକାରୀ ମାନ୍ୟତା ପାଇ ପାରିନଥିବା ବେଳେ ୨୦୦୪ ମସିହାରେ ବ୍ଲକ ଗ୍ରାଣ୍ଡ ପାଇଥିଲା । ବିଦ୍ୟାଳୟ ନିର୍ମାଣ ସମୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ଜଣେ ଶିକ୍ଷକ, ଜଣେ କିରାଣୀ ଓ ଜଣେ ରାତ୍ର ଜଗୁଆଳ ଅବସର ଗ୍ରହଣ କରି ସାରିଲେଣି । ବିଦ୍ୟାଳୟରେ ୨ ଜଣ ଶିକ୍ଷକ, ଜଣେ କିରାଣୀଙ୍କ ଆବଶ୍ୟକତା ରହିଥିବା ବେଳେ ନାନାଦି ସମସ୍ୟା ମଧ୍ୟରେ ବିଦ୍ୟାଳୟ ଚାଲୁଛି । ବ୍ଲକଗ୍ରାଣ୍ଡ ବିଦ୍ୟାଳୟ ହୋଇଥିବାରୁ ସରକାରୀ ଅନୁଦାନ ଦୂରର କଥା ସାମାନ୍ୟ ବିଦ୍ୟୁତ୍ ବିଲ୍ ପ୍ରଦାନ ଓ କମ୍ପ୍ୟୁଟର ପାଇଁ ଶିକ୍ଷକମାନେ ସମସ୍ୟା ଭୋଗୁଛନ୍ତି ।

ସମସ୍ୟା ଭିତରେ ଜଜ୍ଜରିତ ଏହି ବିଦ୍ୟାଳୟ ପ୍ରତ୍ୟେକ ବର୍ଷ ଭଲ ପରୀକ୍ଷା ଫଳ ଦେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଟପ୍ପର ଦେଇଛି । ଉକ୍ତ ବିଦ୍ୟାଳୟର ଛାତ୍ର ସରୋଜ କୁମାର ଜେନା ୫୭୨ ମାର୍କ ରଖି ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । କ୍ରିଦାଶପୁର ପଞ୍ଚାୟତ କୋସକା ଗ୍ରାମର ସରୋଜ ଜଣେ ବାପ ଛେଉଣ୍ଡ । ତାଙ୍କ ବାପା ଗଦାଧର ଜେନା ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମାଆ ଜସ୍ମିନୀ ଜେନାଙ୍କ କୋଳରେ ସେ ବଢ଼ିଥିବା ବେଳେ ଜେଜେବାପା ବିନାୟକ ଜେନା ତାର ପାଠ ପଢ଼ାଠାରୁ ଆରମ୍ଭ କରି ସବୁ ଦାୟିତ୍ୱ ନିର୍ବାହ କରିଛନ୍ତି ।

Exit mobile version