କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ଟପ୍ପର ହେଲେ ଦେବଦର୍ଶୀ ମଣ୍ଡଳ ଖରିନାସି ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବଦର୍ଶୀ ମଣ୍ଡଳ ମାଟ୍ରିକ ପରୀକ୍ଷାରେ ୫୭୧ ଅଙ୍କ ଅଧିକାର କରି ଜିଲ୍ଲା ଟପ୍ପର ହୋଇଛନ୍ତି l ତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ, ଶିକ୍ଷକ ମଣ୍ଡଳୀ ଓ ଅଭିଭାବକ ପଛରେ ତାଙ୍କର ନିରନ୍ତର ପରିଶ୍ରମ,

ଶିକ୍ଷକମାନଙ୍କ ନିର୍ଦ୍ଦେଶନା ଓ ପରିବାରର ସହଯୋଗ ରହିଛି l ଭବିଷ୍ୟତରେ ସେ ଆହୁରି ଉଚ୍ଚ ସଫଳତା ଅର୍ଜନ କରିବେ ବୋଲି ସମସ୍ତଙ୍କ ଆଶା l ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି l

Exit mobile version