ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ନୟାଗଡ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ନୁଆ ବସଷ୍ଟଣ୍ଡ ନିକଟସ୍ଥ ବୁଦ୍ଧ ମନ୍ଦିର ପରିସରରେ ବୁଦ୍ଧ ପୂର୍ଣୀମାରେ ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ ହୋଇ ଯାଇଛି | ଏହି ପୁସ୍ତକରେ ଗୌତମ ବୁଦ୍ଧଙ୍କ ସମ୍ପର୍କରେ ଅନେକ ଅନାଲୋଚିତ ବିଷୟ ସ୍ଥାନ ପାଇଛି|ପୁସ୍ତକଟିର ଲେଖକ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ପୁସ୍ତକ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିଥିଲେ |

ବୌଦ୍ଧ ଧର୍ମାବଲମ୍ବୀ ଅଜିତ କୁମାର ସାହୁ ଉନ୍ମୋଚନ ସନ୍ଧ୍ୟାକୁ ପରିଚାଳନା କରିଥିବାବେଳେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ସନ୍ତୋଷ ଷଡ଼ଙ୍ଗୀ,କବି ଗୋଦାବରୀଶ ମିଶ୍ର, ଶିକ୍ଷାବିତ୍ ସୁଦର୍ଶନ ପ୍ରଧାନ, ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ, ବିଭୂତି ପଟ୍ଟନାୟକ, କାଉନସିଲର ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଉନ୍ମୋଚନ ଭାବେ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ଗୌତମ ବୁଦ୍ଧଙ୍କ ଜୀବନଦର୍ଶନ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି କର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ |

Exit mobile version