ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଭାରତର ବିଶିଷ୍ଟ ସାମ୍ବାଦିକ ଅନୁଷ୍ଠାନ ରାଷ୍ଟ୍ରୀୟ ପତ୍ରକାର ସଂଘ, ର ରାଷ୍ଟ୍ରୀୟ ମହାଧୂବେଶନ ଝାଡ଼ଖଣ୍ଡ ର ଧାନବାଦ ରେଲୱେ ଅଡିଟୋରିୟମରେ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ର ର ୪ ର୍ଥ ସ୍ତମ୍ଭ ରାଷ୍ଟ୍ରୀୟ ପତ୍ରକାର ସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧାନବାଦ ର ପୈ।ରାଧ୍ଯକ୍ଷ ଶ୍ରୀ ସଞ୍ଜୀବ ସିଂ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ରାଜ ସିହ୍ନା, ବିଧାୟକ, ଧାନବାଦ, ଶ୍ରୀମତୀ ରାଗିଣୀ ସିଂହ, ବିଧାୟିକା,ଝରିଆ, ଶ୍ରୀ ଚନ୍ଦ୍ରଦେବ ମହତୋ, ବିଧାୟକ,ସିନ୍ଧ୍ରୀ,

ଶ୍ରୀ ଶତ୍ରୁଘ୍ନ ମହତୋ, ବିଧାୟକ,ବାଘମାରା, ଶ୍ରୀ ଚନ୍ଦ୍ରଶେଖର ଅଗ୍ରୱାଲ,ପୂର୍ବ ପୈ।ରାଧ୍ଯକ୍ଷ, ଧାନବାଦ, ଶ୍ରୀମତୀ ସାରଦା ସିଂହ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ଧାନବାଦ, ଶ୍ରୀ କୁମ୍ଭ ନାଥ ସିଂହ, ସମାଜସେବୀ, ଶ୍ରୀ ଅରୁପ ଚାଟାର୍ଜୀ, ବିଧାୟକ,ନିରରା, ଶ୍ରୀମତୀ ମାୟା ପାଣ୍ଡେୟ, ଅଧ୍ୟକ୍ଷା, ସ୍ବର୍ଣ୍ଣୀମ ନାରୀ ଶକ୍ତି ଫାଉଣ୍ଡେସନ ଓ ଶ୍ରୀମତୀ ପୁନମ୍ ସିଂହ, ଅଧ୍ୟକ୍ଷା, ମହିଳା ଓ୍ବିଙ୍ଗ୍, ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତ ଯୋଗଦେଇ ଗଣତନ୍ତ୍ର ରେ ଗଣମାଧ୍ୟମ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

ବିଶ୍ୱ ସାମ୍ବାଦିକ ଦିବସ ରେ ଅନୁଷ୍ଠିତ ଏହି ଉତ୍ସବରେ ସମଗ୍ର ଭାରତବର୍ଷରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରାଷ୍ଟ୍ରୀୟ ପତ୍ରକାର ସଂଘ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଥିଲା। ମୂଖ୍ୟ ଅତିଥି ଓ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଜନସାଧାରଣଙ୍କ ସମସ୍ତ ଅସୁବିଧା କୁ ଗଣମାଧ୍ୟମ ମାଧ୍ୟମରେ ସରକାର ଙ୍କ ନିକଟରେ ପହଞ୍ଚାଇ ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ଉତ୍କୃଷ୍ଟ ଭୂମିକା ଗ୍ରହଣ କରିଥିବା ଭାରତବର୍ଷ ର ପ୍ରତି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ, ଜିଲ୍ଲାଧ୍ଯକ୍ଷ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ କୁ ରାଷ୍ଟ୍ରୀୟ ପତ୍ରକାର ସଂଘ, ଝାଡ଼ଖଣ୍ଡ ର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ଜହିରୁଦ୍ଦିନ ଖାନ୍ ପରିଚାଳନା କରିଥିବା ବେଳେ ରାଷ୍ଟ୍ରୀୟ ପତ୍ରକାର ସଂଘ ର ଧାନବାଦ ଜିଲ୍ଲାଧ୍ଯକ୍ଷ ଶ୍ରୀ ଶିବଶଙ୍କର ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ଅବଶେଷରେ ବିଭିନ୍ନ ରାଜ୍ୟରୁ ଆସିଥିବା ସାମ୍ବାଦିକମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Exit mobile version