୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ

ପିପିଲି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୁରୀ ଜିଲ୍ଲା, ପିପିଲି ବ୍ଲକ ଅନ୍ତର୍ଗତ ପାଣିଦୋଳ ଗ୍ରାମରେ ଅବସ୍ଥିତ ବାବା ବୁଦ୍ଧିରାମଙ୍କ ଦ୍ବାରା ପ୍ରତିଷ୍ଠିତ ପୂର୍ଣାନନ୍ଦ ଆଶ୍ରମର ଚନ୍ଦନ ପୁର୍ଣିମା ତିଥିରେ ୫୮ ତମ ବାର୍ଷିକ ଉତ୍ସବ ଓ ଭକ୍ତ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ବରିଷ୍ଠ ପୁର୍ଣାନନ୍ଦ ପ୍ରେମୀ ଯୋଗ ଦେଇଥିଲେ ।

ଏହି ଉପଲକ୍ଷେ ଗ୍ରାମ୍ୟ ପରିକ୍ରମା, ନାମ ସଙ୍କୀର୍ତ୍ତନ, ଭଜନ ସମାରୋହ, ଧର୍ମାଲୋଚନା, ଓ ପ୍ରସାଦ ସେବନ ଆଦି ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା । ଏହି ଧର୍ମାଲୋଚନାରେ ଶିକ୍ଷାବିତ ନରେଶ ଚନ୍ଦ୍ର ସ୍ଵାଇଁ, ସାହିତ୍ୟିକ ଅର୍ଜୁନ ଘଡ଼େଇ, ଗାୟକ ସମୀର ହରିହର ସାମନ୍ତରାୟ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବଟିକୁ ଆଶ୍ରମର ବନ୍ଦିନୀୟା ମା, ରମା ଦେବୀ, ବଡ ଭାଇ କେଦାରନାଥ ବେହେରା, ରଘୁନାଥ ପରିଡା, ଓ ବାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

Exit mobile version