ସିଦ୍ଧେଶ୍ବର ସ୍ପୋର୍ଟିଂ କ୍ଲବ ତରଫରୁ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ, କଟକ ସଦର ଥାନା ବାରଙ୍ଗ ବ୍ଲକ କୁରାଙ୍ଗ ଶାସନ ପଞ୍ଚାୟତର ଏକ ମାତ୍ର ସଂସ୍କୃତ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିଆସୁଥିବା ଶିକ୍ଷକ ଅଜୟ କୁମାର ପତି ଅବସର ନେଇଛନ୍ତି।
ଏନେଇ ମେ ପହିଲାରେ ବାବା ଶ୍ରୀ ରାମପ୍ରସାଦ ସଂକୃତ ଏକାଡେମୀ କୁରାଙ୍ଗ ଶାସନ ଠାରେ ଶିକ୍ଷକ ଅଜୟ କୁମାର ପତି ଙ୍କର ଅବସର କାଳୀନ ସଭାରେ ସିଦ୍ଧେଶ୍ୱର ସ୍ପୋର୍ଟିଂ କ୍ଲବର ସମସ୍ତ ସଦସ୍ୟ ଅଜୟ ସାରଙ୍କୁ ଭେଟି ପୁଷ୍ପଗୁଛ ମାନପତ୍ର ଏବଂ ଉତ୍ତରୀ ଦେଇ ସମାନୀତ କରିଥିଲେ।

ଉକ୍ତ ବିଦ୍ୟାଳୟ ପ୍ରତି ଅବସର ନେଉଥିବା ଅଜୟ ସାରଙ୍କର ବହୁତ ଅବଦାନ ରହିଛି ବେ।ଲି ତାଙ୍କୁ ଭଲପାଉଥିବା ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ। ସେ କୁରାଙ୍ଗ ଶାସନ ମିନି ଷ୍ଟାଡ଼ିୟମକୁ ଗଢିବାରେ ବହୁ ଅବଦାନ ରହିଛି। ସେ ଆମ ଗ୍ରାମର ଜଣ ଉତ୍ତମ ଶିକ୍ଷକ ରୂପେ ପରିଚିତ ଥିଲେ। ଏହି ସଭାରେ ସିଦ୍ଧେଶ୍ୱର ସ୍ପୋର୍ଟିଂ କ୍ଲବର ସୁବ୍ରତ ବିଶ୍ୱାଳ, ଅଶୋକ ଜେନା,ଅରୁଣ କୁମାର ସାହୂ, ବିଶ୍ୱଜିତ ବେହେରା, ଧୀରଜ ଜେନା, ସାଗର ମହାରଣା, ରାଜଦର୍ଶନ ବାରିକ, ପ୍ରଶାନ୍ତ ମଲିକ, ମାୟାଧର ରାଉତରାୟ, ପ୍ରଶାନ୍ତ ସାହୁ, ଚିତ୍ତରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ କ୍ଲବ ର ସମସ୍ତ କର୍ମକର୍ତା ସାର ଙ୍କୁ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ବଳ ହେଉ ବୋଲି ପ୍ରଭୁ ଜଗନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ।

Exit mobile version