ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ଚନ୍ଦ୍ରଶେଖରପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଖରାଦିନିଆ ରକ୍ତାଭାବ ଦୂର କରିବାକୁ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଭାରତୀୟ ରେଡକ୍ରସ୍‌ ସୋସାଇଟିର ଯୁବ ରେଡକ୍ରସ୍‌ ଭୁବନେଶ୍ବର ଶାଖାର ପୂର୍ବତନ ସଂଯୋଜକ ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପୂର୍ବତନ ଅଧ୍ୟାପକ ସୁଶିଲ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ‌

ଶ୍ରୀ ପଟ୍ଟନାୟକ କହିଲେ ଖରାଦିନେ ସୃଷ୍ଟି ହେଉଥିବା ରକ୍ତାଭାବ ଦୂର ଦିଗରେ ଏଭଳି ଶିବିର ବହୁତ ମହତ୍ତ୍ବ ର‌ଖେ। ଆଗରୁ ମହିଳାମାନେ ରକ୍ତଦାନ କରିବାକୁ ଭୟ କରୁଥିଲେ। ମାତ୍ର ଏବେ ଅଧିକରୁ ଅଧିକ ସଂଖ୍ୟକ ମହିଳା ଓ ଯୁବତୀମାନେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତିଟି ମଣିଷଙ୍କ ଭିତରେ ରକ୍ତ ତିଆରି କାରଖାନା ରହିଛି, ଯାହାର ରଙ୍ଗ ଏକ। ଏହା କେବେ ନା କେବେ କାହାର କାମରେ ଆସିପାରେ। ତେଣୁ ଇଶ୍ବରଙ୍କ ଆଦେଶ ଭାବି ନିୟମିତ ବ୍ୟବଧାନରେ ରକ୍ତଦାନ କରିବାର ଆବଶ୍ୟକତା ରହିଛି। ତୁମେ ଯେତିକି ରକ୍ତ ଦେଇଥାଏ ତାହା ୧୦ ଦିନ ଭିତରେ ଭରଣା ହୋଇଥାଏ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଇଂ. ସରୋଜ କୁମାର ସାହୁ, ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଦାଶ,ଯୁବ ରେଡ଼କ୍ରସ ଭୁବନେଶ୍ୱର ଶାଖା ra ଅlଞ୍ଚଳିକ ସଂଯୋଜକ ଡ଼କ୍ଟର ରେବତୀକାନ୍ତ ମହାରଣା, ସମାଜସେବୀ ଶିବପ୍ରସାଦ ଦାସ, ପୂର୍ବତନ ଭାରତୀୟସେବା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅବନୀକାନ୍ତ ପଟ୍ଟନାୟକ, ପୂର୍ବତନ law ଅଫିସର, ବିସନଲର ବୈକୁଣ୍ଠନାଥ ତ୍ରିପାଠୀ ଏବଂ ଆମ ଓଡ଼ିଶାର କର୍ଡିନେଟର ପ୍ରଭଞ୍ଜନ ପାଣିଗ୍ରାହୀ,

ଶିକ୍ଷାନୁଷ୍ଠାନର ଉପାଧ୍ୟାକ୍ଷା ଡ. ପ୍ରଜ୍ଞା ପାରମିତା ଷଡ଼ଙ୍ଗୀ, ଏମ୍‌ସିଏ ବିଭାଗ ମୁଖ୍ୟ ଅନୁଜ୍ଞା ପ୍ରଭାମଞ୍ଜରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିର ଯୁବ ରେଡକ୍ରସ୍‌ କାଉନସିଲ୍‌ର ଜୀତେନ୍ଦୁ ନନ୍ଦ, ଅଧ୍ୟାପିକା କଲ୍ୟାଣୀ ସେନାପତି, ଦ୍ରୌପଦୀ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଭାରତୀୟ ରେଡକ୍ରସ୍‌ ସୋସାଇଟି ଭୁବନେଶ୍ୱର ଆଞ୍ଚଳିକ ଶାଖାର ରକ୍ତ ଭଣ୍ଡାର ସହଯୋଗ ହାତ ବଢ଼ାଇଥିଲା । ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ କେଶବ ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଶିବିରରୁ 40 ୟୁନିଟ୍‌ ରକ୍ତ ସଂ‌ଗ୍ରହ ହୋଇଛି।

 

Exit mobile version