ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଶିକ୍ଷାନୁଷ୍ଠାନ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସୁସମନ୍ବୟ ହିଁ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ର ମୂଳଦୁଆ ହୋଇଥାଏ । ତେଣୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାରସ୍ପରିକ ସହଯୋଗ ଓ ଭାଇଚାରା ସୃଷ୍ଟି ପାଇଁ ଅନୁରୋଧ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ । ପୂର୍ବାହ୍ନରେ ଟାଉନହଲ ପରିସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପଞ୍ଚସଖା ଶିକ୍ଷା ସେତୁ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
