ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୂର୍ବ ଭାରତର ଅଗ୍ରଣୀମସଲା ଏବଂ ଖାଦ୍ୟ ବ୍ରାଣ୍ଡ ‘ଭାରତ ମସଲା’ ପକ୍ଷରୁ ପ୍ରସିଦ୍ଧଅଭିନେତା ବବି ଦେଓଲଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭିବିଜ୍ଞାପନ (ଟିଭିସି) ଉନ୍ମୋଚିତ ହୋଇଛି । ମଇ ୦୨ ତାରିଖ ଶନିବାର ଭୁବନେଶ୍ବର ସ୍ଥିତପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେଆନୁଷ୍ଠାନିକ ଭାବେ ଏହି ଟିଭିସିର ଉନ୍ମୋଚନ କରାଯାଇଛି l ୧୯୯୯ ମସିହାରେ ଓଡ଼ିଶାରେ ଏକ ପାରମ୍ପରିକ ମସଲାଗ୍ରାଇଣ୍ଡିଂ ୟୁନିଟ୍ ଭାବେ ଆରମ୍ଭ ହୋଇଥିବା ‘ଭାରତ ମସଲାଆଜି ଏକ ବିଶ୍ବସନୀୟ ଏଫଏମସିଜି ବ୍ରାଣ୍ଡ ଭାବେ ପରିଚିତହୋଇପାରିଛି ।
