ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପବିତ୍ର ବୁଦ୍ଧ ପୂର୍ଣ୍ଣିମା ତଥା ଗୌତମ ବୁଦ୍ଧଙ୍କର ଜନ୍ମ ଜୟନ୍ତୀ ଉତ୍ସବ ଲାଗି ବୁଦ୍ଧ ଆମ୍ବେଦକର ମିଶନ ଅଫ ଓଡିଶା ପକ୍ଷରୁ ହରିଦାସପୁର, ନହରକଣ୍ଟା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁକାନ୍ତ ଚନ୍ଦ୍ର ଭୋଇଙ୍କ ନେତ୍ରୁତ୍ୟୋ ଓ ବରିଷ୍ଠ ଉପଦେଷ୍ଟା ତଥା ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ରାମହରି ବେହେରାଙ୍କ ଉପଦେଶ କ୍ରମେ ଆୟୋଜିତ ବୁଦ୍ଧଦେବଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ସୁଶାନ୍ତ କୁମାର ରାଉତ,

ମୁଖ୍ୟବକ୍ତା ଭାବେ ମୂଳନିବାସୀ ସମତା ପରିଷଦର ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ, ଏଵଂ ସମ୍ମାନୀତ ଅତିଥି ଭାବେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ, ସହକାରୀ ପ୍ରଫେସର ଡ଼ଃ ଈଶ୍ୱର ଚନ୍ଦ୍ର ନାୟକ, ମୂଖ୍ୟଯନ୍ତ୍ରୀ ପୀତବାସ ସେଠୀ, ଲକ୍ଷ୍ମୀପ୍ରିୟା ବେହେରା, ସମାଜସେବୀ ବିନୋଦ କୁମାର ଦାସ, ଜଗନ୍ନାଥ ବେହେରା, ମୂଖ୍ୟ ସହଯୋଗକାରୀ ଶିବ ପ୍ରସାଦ ମଲ୍ଲିକ, ସଭାପତି ଜୟ କୃଷ୍ଣ ଭୋଇ, 

ମୂଳନିବାସୀ ଯୁବଛାତ୍ର ସଂଗଠକ ବିଜୟ କୁମାର ଭୋଇ, ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ବ୍ୟବସ୍ଥାରେ ବୁଦ୍ଧ ବିଚାରଧାର ର ବିଶେଷତ୍ଵ ବିଷୟରେ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନାରେ ସୁବ୍ରତ ସାମଲ ରହିଥିବାବେଳେ, ଉକ୍ତ କାର୍ଯ୍ୟକ୍ରମର ପରିଚାଳନରେ କେଦାର ନାଥ ଭୋଇ, ପ୍ରଦୀପ ଭୋଇ, ରମେଶ ଚନ୍ଦ୍ର ନାୟକ,ତ୍ରିଲୋଚନ ବେହେରା , ତୋଫାନ ନାୟକ, ଗଦାଧର ସାମଲ ଓ ପ୍ରଦୀପ ଭୋଇ ପ୍ରମୁଖଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Exit mobile version