ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ନୟାଗଡ  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ପି.ଇ.ଓ ପଵିତ୍ର କୁମାର ମଲ୍ଲ ଗୁରବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି| ଏହି ଅବସରର ନୟାଗଡ ବ୍ଲକ ପରିସରରେ ଏକ ଭାବ ଗମ୍ଭୀର ପରିବେଶର ପି.ଇ.ଓ ଶ୍ରୀଯୁକ୍ତ ମଲ୍ଲଙ୍କୁ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି|ଏହି ପରିପ୍ରେକ୍ଷୀରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଆବେଗ ଭରା ସଭାରେ ବିଡ଼ିଓ ଐଶୂର୍ୟା ଭୂୟାଁ ଯୋଗ ଦେଇ ପିଇଓ ପଵିତ୍ର କୁମାର ମଲ୍ଲଙ୍କ ଚାକିରୀ ଜୀବନର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ସମୟାନୁବର୍ତ୍ତିତା,

କର୍ତ୍ତଵ୍ୟ ପରାୟଣତା, ସାଧୁତା, ସ୍ପଷ୍ଟ ବାଦିତା ଗୁଣ ଅନ୍ୟ ମାନଙ୍କର ଧେୟ ହେଉ ବୋଲି ପ୍ରକାଶ କରିଥିଲେ|ସେହିପରି ବ୍ଲକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ପଵିତ୍ର ବାବୁଙ୍କ ଅବସରଜୀବନ ଶାନ୍ତିମୟ ହେଉ ବୋଲି ପ୍ରକାଶ କରିଥିଲେ|୩୪ ବର୍ଷର ଚାକିରି ଜୀବନରେ ପି.ଇ.ଓ ଶ୍ରୀଯୁକ୍ତ ମଲ୍ଲ ନିଜର ମିଶାଣିଆ ଗୁଣ ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା |

ଏହି ଅବସର କାଳୀନ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକର ଏବିଡ଼ିଓ , ଡବ୍ଲୁ.ଏ.ଇ., ଆକାଉଣ୍ଟସ ଅଫିସର୍, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଉପାଧ୍ୟକ୍ଷ, ବହୁ ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏହି ଅବସରକାଳୀନ ସଭାରେ ଉପସ୍ଥିତି ଥିଲେ|ତେବେ ୧୯୯୨ ରୁ ଭାଟସାହି ପଂଚାୟତରୁ ଚାକିରୀ ଜୀବନ ଆରମ୍ଭ କରିଥିବା ଶ୍ରୀଯୁକ୍ତ ମଲ୍ଲଙ୍କର୍ ଇଟାମାଟି ପଞ୍ଚାୟତରେ ଚାକିରୀ ଶେଷ ହୋଇଥିଲା|ତେବେ ବୁଧବାର ଇଟାମାଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ଶ୍ରୀଯୁକ୍ତ ମଲ୍ଲଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରା ଯାଇଥିବା ଜଣାପଡ଼ିଛି |

Exit mobile version