Home ଓଡ଼ିଶା ଏଥୋସ ଗ୍ଲୋବାଲ ପକ୍ଷରୁ ଏନର୍ଜି ଡ୍ରିଙ୍କ ଫ୍ୟାନ୍ଟୋମ୍ ର ବଜାର ପ୍ରବେଶ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡିଆ ଉଦ୍ୟୋଗୀ ଅଙ୍କିତ ଖଣ୍ଡେଲୱାଲଙ୍କ ଦ୍ୱାରା ପରିଚାଳିତ ଏକ ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏଥୋସ୍ ଗ୍ଲୋବାଲ ପକ୍ଷରୁ ଏହାର ନୂତନ ଏନର୍ଜି ଡ୍ରିଙ୍କ ଫ୍ୟାନ୍ଟୋମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି ଯାହାକୁ ଆଜିର ଦ୍ରୁତ ଗତିଶୀଳ ଯୁବପିଢିଙ୍କ ବେଗ, ମହତ୍ୱାକାଂକ୍ଷା ଓ ଜୀବନଶୈଳୀ ସହ ମେଳ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି । ବ୍ୟସ୍ତତା ଓ ସୃଜନଶୀଳତା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଡିଜାଇନ କରାଯାଇଥିବା ଫ୍ୟାନ୍ଟୋମ ଏନର୍ଜି ବେଭ୍ରେଜ ସେଗମେଂଟରେ ଏକ ନୂଆ ପ୍ରତିଦ୍ୱନ୍ଦୀଭାବେ ବଜାରରେ ପ୍ରବେଶ କରିଛି । ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ ମତବ୍ୟକ୍ତ କରି ଫ୍ୟାନ୍ଟୋମର ଗ୍ରୁପ ଅଧ୍ୟକ୍ଷ, ଅଙ୍କିତ ଖଣ୍ଡେଲୱାଲ ବ୍ରାଣ୍ଡର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତିଯେ, “କମ୍ପାନୀ ଆଉ ଏକ ଏନର୍ଜି ଡ୍ରିଙ୍କ ତିଆରି କରିବାଠାରୁ ଆଗକୁ ବଢିଛି ବରଂ ଏହା ଏଭଳି ଏକ ଉତ୍ପାଦ ବିକଶିତ କରିଛି ଯାହା ଏକ ଜୀବନଶୈଳୀ ଓ ମାନସିକତାକୁ ପ୍ରତିଫଳନ କରୁଛି । ତାଙ୍କ ମତରେ, ଫ୍ୟାନଟୋମକୁ ନିରନ୍ତର ଭାବେ ପ୍ରୟାସ କରୁଥିବା, ସୃଷ୍ଟି କରୁଥିବା ଓ ସୀମା ଆଗକୁ ବଢାଉଥିବା ବ୍ୟକ୍ତିଙ୍କ ପାଇଁ ପରିକଳ୍ପନା କରାଯାଇଛି ଯାହା ସେମାନଙ୍କର ଲକ୍ଷ୍ୟ ସହ ସମନ୍ୱିତ ଶକ୍ତି ପ୍ରଦାନ କରିଥାଏ ।” ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଧ୍ୟୟନ ଓ ତୀବ୍ର ଗେମିଂ ମାରାଥନଠାରୁ ଆରମ୍ଭ କରି ଜଟିଳ ବ୍ୟାୟାମ ଓ ମହତ୍ୱକାଂକ୍ଷୀ କ୍ୟାରିୟର ଅନୁସରଣ ପର୍ଯ୍ୟନ୍ତ ଫ୍ୟାନ୍ଟୋମ ନିଜକୁ ସ୍ଥାୟୀ ଶକ୍ତିର ଏକ ନିର୍ଭରଯୋଗ୍ୟ ଉତ୍ସାହ ଭାବେ ଅବସ୍ଥାପିତ କରିଛି । କ୍ୟାଫେନାଇନ ଓ ଜରୁରୀ ବି- ଭିଟାମିନର ଏକ ସନ୍ତୁଳିତ ମିଶ୍ରଣ ସହ ପ୍ରସ୍ତୁତ ଏହି ଡ୍ରିଙ୍କ ସାଧାରଣତଃ ପାରମ୍ପରିକ ପାନୀୟଗୁଡିକ ସହ ଜଡିତ ଶକ୍ତି ହ୍ରାସ ବିନା ଉପଭୋକ୍ତାଙ୍କୁ ଶକ୍ତିସମ୍ପନ୍ନ, କେନ୍ଦ୍ରିତ ଓ ସତେଜ ରଖିବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହାର ସ୍ୱତନ୍ତ୍ର ଫ୍ଲେଭର ପ୍ରୋଫାଇଲ ଏହାକୁ ଭିନ୍ନ କରୁଛି, ଯାହା ଉଭୟ କାର୍ଯ୍ୟଦକ୍ଷତା ଓ ସ୍ୱାଦକୁ ଗୁରୁତ୍ୱ ଦେଉଥିବା ଏକ ପିଢିଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଉତ୍ପାଦକୁ ଆଧୁନିକ ଉପଯୋଗିତା ଶୈଳୀ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସ୍ୱାସ୍ଥ୍ୟ ସଚେତନ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ ଲୋ ସୁଗାର ଓ ଜିରୋ ସୁଗାର ଭାରିଆଂଟରେ ଆସୁଛି । ଏହାର ସୁବିଧାଜନକ ପ୍ୟାକେଜିଂ ଓ ବ୍ୟାପକ ଉପଲବ୍ଧତା ସହିତ ଫ୍ୟାନଟୋମ କଲେଜ କ୍ୟାମ୍ପସ, ଫିଟ୍ନେସ୍ ସେଂଟର, ରିଟେଲ ଆଉଟଲେଟ, କ୍ୟାଫେ ଓ ଡିଜିଟାଲ ମାର୍କେଟପ୍ଲେସଗୁଡିକରେ ଏକ ଷ୍ଟାପଲରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି । ଏହି ଲଂଚ୍ ସହିତ ଏଥୋସ୍ ଗ୍ଲୋବାଲ ଭାରତର ଦ୍ରୁତ ସମ୍ପ୍ରସାରିତ ଏନର୍ଜି ଡ୍ରିଙ୍କ ମାର୍କେଟରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏଭଳି ଏକ ବ୍ରାଣ୍ଡ ଗଠନ କରୁଛି ଯାହା ଯୁବ ସଂସ୍କୃତି ଓ ବିକଶିତ ଉପଭୋକ୍ତା ପସନ୍ଦ ସହ ପ୍ରତିଧ୍ୱନିତ୍ୱ କରୁଥିବ । ଫ୍ୟାନଟୋମ ଏବେ ଅଗ୍ରଣୀ ରିଟେଲ ଓ ଅନ୍ଲାଇନ ପ୍ଲାଟଫର୍ମଗୁଡିକରେ ଉପଲବ୍ଧ ରହିଛି ଯାହା ଉପଭୋକ୍ତାଙ୍କୁ ଶକ୍ତି ଓ କାର୍ଯ୍ୟଦକ୍ଷତାର ଏକ ନୂତନ ମାନକର ଅନୁଭୂତି ପାଇବା ପାଇଁ ଆମନ୍ତ୍ରିତ କରୁଛି । ଫ୍ୟାନଟୋମ ହେଉଛି ଏକ ପରବର୍ତୀ ପିଢିର ଏନର୍ଜି ଡ୍ରିଙ୍କ ଯାହା ଲକ୍ଷ୍ୟ, ସୃଜନଶୀଳତା ଓ ପ୍ରତିଦିନର ସଫଳତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଛି । ଉଦ୍ଭାବନ, ଗୁଣବତା ଓ ଜୀବନଶୈଳୀ ପ୍ରାସଙ୍ଗିକତା ଉପରେ ଏକ ମହତ୍ୱ ସହ ଏହି ବ୍ରାଣ୍ଡ ଲୋକମାନଙ୍କୁ ସେମାନଙ୍କର ସମସ୍ତ କାର୍ଯ୍ୟରେ ଶକ୍ତିସମ୍ପନ୍ନ ଓ ଅନୁପ୍ରାଣିତ ରହିବା ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ by Proprietor Abhimanyu Maharana September 26, 2026 ସିଆଇଆଇ ଓଡ଼ିଶା ମେଟାଲ୍ସ ଆଣ୍ଡ ମାଇନିଂ କନକ୍ଲେଭ୍ ୨୦୨୬ : ଭବିଷ୍ୟତ ପାଇଁ ଖଣି ଓ ଧାତୁ ଶିଳ୍ପର ରୂପରେଖ ପ୍ରସ୍ତୁତ by Proprietor Abhimanyu Maharana September 26, 2026 ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏଆଇ, ଏକାଡେମିକ୍ସ ଓ ଗବେଷଣା ସହ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟ ଉପରେ ଏକଦିନିଆ ଏଫ୍ଡିପି by Proprietor Abhimanyu Maharana September 26, 2026 ଶ୍ୟାମା କାଳୀ ପୂଜା ପାଇଁ ଶୁଭ ମାଟି ଅନୁକୂଳ by Proprietor Abhimanyu Maharana September 26, 2026 ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ by Proprietor Abhimanyu Maharana September 26, 2026 न्यूबर्ग डायग्नोस्टिक्स और प्रोलाइफ डायग्नोस्टिक्स ने ओडिशा में बेहतर और आधुनिक जांच सेवाओं का विस्तार करने के लिए साझेदारी की by Proprietor Abhimanyu Maharana September 25, 2026