ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା

ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ପୁରୀ :- ବହୁ ପ୍ରତିକ୍ଷିତ ପୁରୀ ପୌରସଂସ୍ଥା ମହାନଗର ନିଗମର ମାନ୍ଯତା ପାଇଲା । ନାମ କେବଳ ବଡ ହୋଇଥିବା ବେଳେ କାମ ପୁରୁଣା ପୌରସଂସ୍ଥା ଢାଞ୍ଚାରେ ଚାଲିଛି । ଆଗକୁ ଆସୁଛି ରଥଯାତ୍ରା । ବିଶ୍ୱସ୍ତରୀୟ ପୁରୀ ଷ୍ଟେସନରେ ଲକ୍ଷାଧିକ ଯାତ୍ରୀ ପହଞ୍ଚିବେ । ଷ୍ଟେସନ ସମ୍ମୁଖ ରାସ୍ତା ପ୍ରଶସ୍ତ ହୋଇଥିଲେ ମଧ୍ଯ ଜୟୀରାଜ ଗୁରୁ ଛକ ଠାରୁ ଜିଲ୍ଲା ସ୍କୁଲ ପର୍ଯ୍ୟନ୍ତ ପ୍ରବେଶ ପଥ ସଙ୍କୁଚିତ ଅବସ୍ଥାରେ ରହିଛି । ଡ୍ରେନ ନାଳ ଉପର ପଡିଥିବା ସ୍ଲାପ ଉପରେ ମିଠା ଦୋକାନ ହୋଇଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଇଛି । ରାସ୍ତାର ବାମ ପାର୍ଶ୍ବରେ ସକାଳୁ ପରିବା ପସରା ଖୋଜୁଥିବାରୁ ସେଠାରେ ଟ୍ରାଫିକ ଜାମ ହେଉଛି ।

ଡ୍ରେନ ଉପର ସ୍ଥାନ ଅଣଓସାରିଆ ଯୋଗୁ କେତେକ ଗାଡି ରାସ୍ତା ଡିଭାଇଡର କଂକ୍ରିଟରେ ମାଡ କରି ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି । ଉଠାଦୋକାନୀ ଗୁଡିକ ଛତା ଟାଣି ବସିଥିବାରୁ ବାଇକ ଆରୋହୀଙ୍କ ଆଖିରେ ତାହା ମାଡ ହେଉଛି । ପ୍ରାୟ ୨୦ ହଜାର ଅଟୋ ଷ୍ଟେସନ ଠାରୁ ବିଭିନ୍ନ ସ୍ଥାନକୁ ଯାଉଥିବା ବେଳେ ଏହି ଛକ ଟି ପ୍ରାୟ ସମୟ ଜାମ ରହୁଛି ।

ଦିନ ୧୦ଟା ସମୟରେ ସ୍ଲୁଲ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ, ଆଇନଜୀବୀ ଓ ଟ୍ରେନରୁ ଆସୁଥିବା ଯାତ୍ରୀମାନେ ଜାମରେ ଫସି କଲବଲ ହେଉଥିବା ଦେଖିବାକୁ ମିଳୁଛି । ପଶୁ ଚିକିତ୍ସାଳୟ ପାଚେରି କୁ ଲାଗି କିଛି ଦୋକାନି ସ୍ଥାୟୀ ନିର୍ମାଣ କରିଥିବାରୁ ତାହା ହଟା ଯାଇପାରୁନାହିଁ ।

ମହାନଗର ଘୋଷଣା ହେବା ପରେ ପ୍ରଥମ କମିଶନର ଭାବେ ଆଇଏଏସ ଅରଗୁଳ ସ୍ନେହା ଯୋଗ ଦେଇଛନ୍ତି । ସେ ଦକ୍ଷ ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ରଥଯାତ୍ରା ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Exit mobile version